ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଖୁବ ଶୀଘ୍ର ଆସିବ ବିଜେପି ପ୍ରାର୍ଥୀ ତାଳିକା । ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା । ୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ହେବ’ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି ବୋଲି କହିଲେ ତୋମର । ସଂରକ୍ଷୀତ ଆସନରେ ତ୍ରୁଟି ଯୋଗୁଁ ସେଠି ପ୍ରାର୍ଥୀ ତାଳିକା ବଦଳିପାରେ । ସେହିପରି ଦଳୀୟ କାର୍ଯ୍ୟାଳୟରେ ଆସନ୍ତୁଷ୍ଟ ବିଦ୍ରୋହକୁ ନେଇ କହିଛନ୍ତି । ଆଶାୟୀ ପ୍ରାଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହଁ । ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି ।