Masthead

ନବରଙ୍ଗପୁର ସୀମାରୁ ଗିରଫ ହେଲା ଆହତ ମାଓବାଦୀ

ରାଇଘର(ବଡ଼ ଖବର ବ୍ୟୁରୋ): ଆହତ ମହିଳା ମାଓବାଦୀ ମେଙ୍ଗା ନୁରେଟି ଓରଫ ସିନ୍ଧୁକୁ ଧରିବା ପରେ ଛତିଶଗଡ଼ ପୋଲିସ ଜିମାରେ ଦେଲା ନବରଙ୍ଗପୁର ପୋଲିସ । ଏନେଇ ନବରଙ୍ଗପୁର ପୋଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଛତିଶଗଡ଼ ଧମତେରୀ ଜିଲ୍ଲା ଖଲାରୀ ଥାନା ଏକୱାରୀ ଗ୍ରାମରେ ଜଣେ ମହିଳା ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ତେଣୁ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା  ।  ଡିଆଇଓସି ଅଧିକାରୀ, ଡିଭିଏଫ୍, ଏସଓଜି, ସିଆରପିଏଫ୍ ଏବଂ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଅପରେସନ ହୋଇଥିଲା  । କୁନ୍ଦେଇରେ ଅବସ୍ଥାପତି ସିଆରପିଏଫ୍ ଯବାନ ମଧ୍ୟ ଜରୁରୀ ସମୟରେ ଅପରେସନରେ ସାମିଲ ହେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

ସର୍ଚ୍ଚ ଅପରେସନ୍ ସମୟରେ ଏକୱାରୀ ଗ୍ରାମର ଗୋଟିଏ ଘରେ ଆହତ ସିନ୍ଧୁକୁ ଠାବ କରାଯାଇଥିଲା  ।  ପୋଲିସ କାବୁ କରିବା ପରେ ପଚରାଉଚରା କରିଥିଲା । ଗତ ୧୨ତାରିଖରେ ଛତିଶଗଡ଼ର କିରିପାନି ଏବଂ ଏକୱାରୀ ଗାଁ ନିକଟରେ ପୋଲିସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ସିନ୍ଧୁ ସାମିଲ ଥିବା ବେଳେ ଆହତ ହୋଇଥିଲା। ଏହାପରେ ଗୋଟିଏ ଘରେ ଆତ୍ମଗୋପନ କରି ରହିଥିଲା। ସୀତାନଦୀ ଏରିଆ କମିଟିରେ ୨୦୨୧ ମସିହାରେ ସିନ୍ଧୁ ସାମିଲ ହୋଇଥିଲା। ଦୀପକ ମାନ୍ଦଭି ଓରଫ ଅରୁଣ ଅଧୀନରେ ସିନ୍ଧୁ କାମ କରୁଥିଲା। ଅଧିକ ତଦନ୍ତ ପାଇଁ ସିନ୍ଧୁକୁ ଛତିଶଗଡ଼ର ଧମତେରୀ ଜିଲ୍ଲା ପୋଲିସ କୁ ହସ୍ତାନ୍ତର କରିଛି ନବରଙ୍ଗପୁର ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା