Masthead

ଆକ୍ସନ ମୋଡ଼ରେ ରେଭନ୍ତ, ୭ ସରକାରୀ ପରାମର୍ଶଦାତାଙ୍କୁ ବରଖାସ୍ତ

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପୂର୍ଣ୍ଣ ରୂପେ ଆକ୍ସନ ମୋଡରେ ନଜର ଆସିଛନ୍ତି । ଏହିକ୍ରମେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ୭ ସରକାରୀ ପରାମର୍ଶଦାତାଙ୍କୁ ବରଖାସ୍ତ କରିଛନ୍ତି । ଏଥିରେ ପୂର୍ବ ମୁଖ୍ୟ ସଚିବ ରାଜୀବ ଶର୍ମା, ପୂର୍ବ ଡିଜିପି ଅନୁରାଗ ଶର୍ମା, ପୂର୍ବ ଆଇପିଏସ ଏକେ ଖାନ୍ ଓ ଭିଆରଏସ୍ ନେଇଥିବା ଅନ୍ୟ ଜଣେ ମୁଖ୍ୟ ସଚିବ ସୋମେଶ କୁମାର ପ୍ରମୁଖ ସାମିଲ ରହିଛନ୍ତି । ପରାମର୍ଶଦାତା ରୂପେ କାର୍ଯ୍ୟରତ ସମସ୍ତ ଅଧିକାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କାର୍ଯ୍ୟକାଳରେ ସବୁଠୁ ଶକ୍ତିଶାଳୀ ଥିଲେ ।

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶପଥ ନେବା ପରେ ନିର୍ବାଚନ ସମୟରେ କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାରେ ଲାଗିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଫିସ ଚାରିପଟେ ଲାଗିଥିବା ବ୍ୟାରିକେଡକୁ ହଟାଇଥିଲେ । କାରଣ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସର୍ବଦା ରାଜ୍ୟବାସୀଙ୍କ ପାଇଁ ଖୋଲା ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ୨ଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ ମହିଳାଙ୍କ ଲାଗି ମାଗଣା ବସ ଯାତ୍ରା ଏବଂ ଗରିବ ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ