Masthead

ଘୋଡ଼ା ଆଣ୍ଟିବଡିରେ ତିଆରି ହେଉଛି କରୋନା ଔଷଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଚିକିତ୍ସାରେ ଆଉ ଏକ ପାଦ ଆଗକୁ ଯାଉଛି ଦେଶ । ମହାରାଷ୍ଟ୍ରର କମ୍ପାନୀ ଘୋଡା ଆଣ୍ଟିବଡିରେ ତିଆରି କରୁଛି ମେଡିସିନ୍ । ଏହା ୯୦ ଘଣ୍ଟା ମଧ୍ୟରେ ସଂକ୍ରମଣକୁ ଶେଷ କରିବ । ଇସେରା ବାୟୋଲୋଜିକାଲ ନାମକ ଏକ କମ୍ପାନୀ କୋଭିଡ ଆଣ୍ଟିବଡିଗୁଡିକର ଏକ ପ୍ରଭାବଶାଳୀ କକଟେଲ ପ୍ରସ୍ତୁତ କରିଛି । କମ୍ପାନୀ କର୍ତ୍ତୃପକ୍ଷ ଦାବି କରିଛନ୍ତି କୋଭିଡର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କଠାରେ ସଂକ୍ରମଣର ବିସ୍ତାରକୁ ରୋକିବାରେ ଏହା ଶତପ୍ରତିଶତ ସଫଳ ହେବ ।

ମହାରାଷ୍ଟ୍ରର କୋହ୍ଲାପୁରର ବାୟୋ ସାଇନ୍ସ କମ୍ପାନୀ ଘୋଡା ଆଣ୍ଟିବଡିରୁ ତିଆରି କରିଛି ଏହି ନୂତନ ମେଡିସିନ୍ । ଏହାକୁ ପରୀକ୍ଷା କରାଯାଉଛି । ଯଦି ପରୀକ୍ଷଣ ସଫଳ ହୁଏ, ତେବେ କରୋନାର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ହେବ ଭାରତର ପ୍ରଥମ ସ୍ୱଦେଶୀ ମେଡିସିନ୍ ଯାହା ସଂକ୍ରମଣ ରୋକିବାରେ ବ୍ୟବହୃତ ହେବ ।

କମ୍ପାନୀ ଅଧିକାରୀ କହିଛନ୍ତି ପ୍ରାରମ୍ଭିକ ପରୀକ୍ଷଣରେ ଏହି ମେଡିସିନ୍ ୭୨ ରୁ ୯୦ ଘଣ୍ଟା ମଧ୍ୟରେ ରୋଗୀ ଶରୀରେ ପ୍ରଭାବ ପକାଇଥାଏ । ଏହି ମେଡିସିନ୍ ବର୍ତ୍ତମାନ ମାନବ ପରୀକ୍ଷଣର ପ୍ରଥମ ପର୍ୟ୍ୟାୟ ଅତିକ୍ରମ କରିବାକୁ ଯାଉଛି । ଏହି କମ୍ପାନୀ ବହୁ ପୁରୁଣା ଓ ଆଣ୍ଟିସେରମ୍ ଉତ୍ପାଦ ତିଆରି କରେ । ସାପ କାମୁଡ଼ିବା, କୁକୁର କାମୁଡ଼ିବା ଏବଂ ଡିଫଥେରିଆ ଚିକିତ୍ସାରେ ପ୍ରଭାବଶାଳୀ ମେଡିସିନ୍ ଏହି କମ୍ପାନୀ ପ୍ରସ୍ତୁତ କରିଥାଏ । ଏହି କାର୍ୟ୍ୟରେ କମ୍ପାନୀ ସେରମ୍ ଇଣ୍ଡିଆର ସହାୟତା ମଧ୍ୟ ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ