Before Header

କାହା ମୁଦ୍ଦାରେ କେତେ ଦମ?

0 1,215

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତରେ ଚାଲିଛି ଗଣତନ୍ତ୍ରର ମହାନ୍ ପର୍ବ ସାଧାରଣ ନିର୍ବାଚନ ୨୦୨୪ । ଓଡ଼ିଶାରେ ହେଉଛି ଲୋକସଭା ଏବଂ ବିଧାନସଭା ଇଲେକ୍ସନ । ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା । ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମଙ୍କୁ ଘୋଷଣା କରି ଏବେ ମଇଦାନ ମୁହାଁ । ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରି ହେଭିୱଟଙ୍କୁ ସାଥିରେ ନେଇ ଏବେ କ୍ଷେତ୍ର ଅଭିମୁଖେ ଯିବା ଆରମ୍ଭ କଲେଣି । ସରକାରକୁ ଆସିବା, ସରକାରରେ ରହିବା ଓ ପ୍ରତିପକ୍ଷଙ୍କୁ ଚେକ୍ ଦେଇ ମ୍ୟାଜିକ୍ କରିବା ଲକ୍ଷ୍ୟ ନେଇ ଆଗକୁ ବଢିଚାଲିଛନ୍ତି ରାଜନୈତିକ ଦଳ । ଗଡୁଛି ସମୟ ବଢୁଛି ପ୍ରଚାରର ଉଷ୍ମତା । କ୍ଷୀପ୍ରବେଗରେ ପ୍ରସଙ୍ଗ ନେଉଛି ଅଗ୍ନିର ରୂପ । ବନିଯାଉଛି ନିଆଁ ପିଣ୍ଡୁଳା ପରି ।

ଇସ୍ତାହାର, ଲୋକଙ୍କ ସମସ୍ୟା, ମୁଦ୍ଦା ଓ ପ୍ରସଙ୍ଗ ଭିତ୍ତିକ ତଥ୍ୟ ହିଁ ଦଳଗୁଡିକଙ୍କ ବଳ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରି ମଇଦାନକୁ ଲମ୍ଫ ମରିଛନ୍ତି ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ବିଜେଡି ୫ଟି ଓ ନବୀନ ଗ୍ୟାରେଣ୍ଟି ନେଇ ପ୍ରଚାର ଆରମ୍ଭ କରିଥିବା ବେଳେ ଦଳ ଜାତୀୟ ଦଳ ତଥା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଚେକ୍ ଦେବା ପାଇଁ ଏବେ ନୂଆ ସ୍ଲୋଗାନ୍ ଦେଇଛି ନବୀନ ଇଞ୍ଜିନ । ଯାହାକୁ ନେଇ ଗ୍ରାଉଣ୍ଡ ଜିରୋରେ ପ୍ରଚାରକୁ ଜୋରଦାର କରିଛି ଶାସକ ଦଳ ବିଜେଡି । ଷଷ୍ଠ ଥର ସରକାରକୁ ଆସିବା ପାଇଁ ଦଳ ପ୍ରାଣ ପ୍ରଣେ ଉଦ୍ୟମ ଚଳାଇଛି । ବିରୋଧୀ ଦଳ ଗୁଡିକୁୁ ଜନ ବିରୋଧୀର ଆକ୍ଷ୍ୟା ଦେଇ ବର୍ଷି ଚାଲିଛି ବିଜେଡି ।

ପ୍ରଧାନମନ୍ତ୍ରୀ ତଥା ବିଜେପିର ପୋଷ୍ଟର ବଏ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ପୂର୍ବରୁ ଖେଳିଛନ୍ତି ଓଡିଆ ଅସ୍ମିତାର କାର୍ଡ । ନିଜର ଆଗମନ ପୂର୍ବରୁ ଦଳର ଚାଣକ୍ୟ ଅମିତ ଶାହ ଏବଂ ଦଳର ମଙ୍ଗୁଆଳ ଜେପି ନଡ୍ଡାଙ୍କୁ ପଠାଇ ଦେଇଛନ୍ତି ରଣହୁଙ୍କାର । ମୁଖ୍ୟ ବିରୋଧୀ ଦଳରୁ ସରକାର ଗଢିବା ପାଇଁ ଲଗାଇ ଦେଇଛନ୍ତି ଚାଣକ୍ୟ ବୁଧି । ଡବଲ ଇଞ୍ଜିନ ସରକାର ନାରା ସହ ଆଗେଇ ଚାଲିଛି ବିଜେପି । ଭୋଟ ପ୍ରତିଶତକୁ କରିନେଇଛି ନିଜର ଲକ୍ଷ୍ୟ । ଗୋଟେ ଭୋଟ ବିଧାୟକ ପ୍ରାର୍ଥୀ ଓ ଆଉ ଗୋଟେ ଭୋଟ ସାଂସଦ ପ୍ରାର୍ଥୀ ତଥା ଡବଲ ପଦ୍ମରେ ମତଦାନ କରିବାକୁ କଲେଣି ନିବେଦନ । ସେପଟେ କଂଗ୍ରେସ ଉଭୟ ଦଳକୁ ମୁ ତୋଡ ଜବାବ ଦେଇ ପୁର୍ନବାର ସରକାରକୁ ଆସିବା ଲକ୍ଷ୍ୟ ନେଇ ଆଗକୁ ଆଗକୁ ବଢିଚାଲିଛି । ଓଡିଶା ମାଟିରେ ପାଦ ଥାପି ଏଆଇସିସିର ପୂର୍ବତନ ସଭାପତି, ପୋଷ୍ଟର ବଏ ତଥା ସାଂସଦ ରାହୁଲ ଗାନ୍ଧି ଦଳକୁ ଦେଇଛନ୍ତି ସଂଜିବନୀ ।

ରାଜ୍ୟରେ ୨୦୦୦ ମସିହା ପରଠୁ ଆଉ ବିଜୟର ସ୍ୱାଦ ଚାଖିନି ଦଳ । ୨୦୧୯ର ବିଧାୟକଙ୍କ ସଂଖ୍ୟା ୯କୁ ୨୦୨୪ରେ ୯୦ରେ ପରିଣତ କରି ସରକାର ଗଠନର ନେଇଛି ଲକ୍ଷ୍ୟ । ବିଜେପି – ବିଜେଡିକୁ ବିବାହ ବନ୍ଧନରେ ବନ୍ଦି ଦଳ ଉଭୟଙ୍କ ସମ୍ପର୍କର ଭିତିରି ଗୁମର ରାଜ୍ୟବାସୀଙ୍କ ଆଗରେ ରଖି କରୁଛି ଭୋଟ ଭିକ୍ଷା । ପାନର ଥିଓରୀକୁ ପଥେୟ କରି ରାହୁଲ ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିକୁ କରିଛନ୍ତି ଟାର୍ଗେଟ । ରାଜ୍ୟରେ କଣ ନେତାଙ୍କର ଅଭାବ ରହିଛି ବୋଲି ମାଗିଛିନ୍ତି ଜବାବ । କାହିଁକି ବାହାର ଆମଦାନୀ ନେତାଙ୍କ ହାତରେ ଉଭୟ ଦଳ ଟେକି ଦେଇଛନ୍ତି । ଆଉ କିନ୍ତୁ ସହ୍ୟ କରିପାରିବେନି ଓଡିଶାବାସୀ । ଏବେ ଜାଗ୍ରତ ହେଲେଣି ଆମକୁ ସରକାରକୁ ଆଣିରେ ରାଜ୍ୟରେ ଲୋକତନ୍ତ୍ର ଚାଲିବାର ପ୍ରତିଶ୍ରୁତି ଦେବା ସହ ରାଜ୍ୟବାସୀଙ୍କୁ ଦେଇଛନ୍ତି ଗ୍ୟାରେଣ୍ଟି । ଏହାରି ଭିତରେ ଉଭୟ ଦଳର ପ୍ରସଙ୍ଗ ମତଦାତାଙ୍କୁ କେତେ କରିପାରୁଛି ଆକୃଷ୍ଟ । ଆଉ କାହା ମୁଦ୍ଦା କାହା ଉପରେ ପଡୁଛି ଭାରି ତାହା ଜୁନ ୪ ହିଁ କହିବ ।

Leave A Reply

Your email address will not be published.