Masthead

ଇତିହାସ ରଚିଲେ ଓଡ଼ିଆ ଯୁବକ, ତାଞ୍ଜାନିଆର କିଲିମାଞ୍ଜାରୋ ପର୍ବତର ଶିଖରରେ ଉଡାଇଲେ ତ୍ରିରଙ୍ଗା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଇତିହାସ ରଚିଲେ ଓଡ଼ିଆ ଯୁବକ ଦୀପକ କୁମାର ସାହୁ । କଟକ ଜିଲ୍ଲା ଖୁଣ୍ଟୁଣୀ ନୂଆଶାସନ ଗାଁର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଦୀପକ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ଆରୋହଣ କରିଛନ୍ତି । ତାଞ୍ଜାନିଆରେ ଥିବା କିଲିମାଞ୍ଜାରୋ ଶିଖରରେ ପହଞ୍ଚି ସେ ତ୍ରିରଙ୍ଗା ଉଡାଇବା ସହ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ସ୍ଥାନୀତ କରିଛନ୍ତି । ତାଞ୍ଜାନିଆରେ ଚାକିରି କରିଥିବା ଦୀପକ ଏପ୍ରିଲ ୧୦ରେ ତାଞ୍ଜାନିଆର କିଲିମାଞ୍ଜାରୋ ପର୍ବତର ଶିଖରକୁ ଚଢିଥିଲେ। ଏପ୍ରିଲ ୭ରେ ସେ ଯାତ୍ରା ଆରମ୍ଭ କରିଥିଲେ । ତିନି ଦିନର କଷ୍ଟଦାୟକ ଟ୍ରେକିଂ ପରେ ଶିଖରରେ ପହଞ୍ଚିଥିଲେ ଦୀପକ ।

କିଲିମାଞ୍ଜାରୋ ଶିଖରରେ ଦୀପକ ଆରୋହଣ କରି ନିଜ ଦେଶ, ରାଜ୍ୟ ଏବଂ ସଂସ୍କୃତି ପ୍ରତି ତାଙ୍କର ଥିବା ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରିଛନ୍ତି । ତାଞ୍ଜାନିଆରେ ଥିବା ଭାରତର ହାଇ କମିଶନର ବିନୟ ଶ୍ରୀକାନ୍ତ ପ୍ରଧାନ ଏହି ସଫଳତା ପାଇଁ ଦୀପକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟରରେ ନିଜର କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି, କିଲିମାଞ୍ଜାରୋ ପର୍ବତ ସଫଳତାର ସହ ଚଢିଥିବାରୁ ତାଞ୍ଜାନିଆରେ ଥିବା ଭାରତୀୟ ସମ୍ପ୍ରଦାୟର ଦୀପକ ସାହୁଙ୍କୁ ଅଭିନନ୍ଦନ । ଦୀପକଙ୍କର ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ଶକ୍ତି ଏବଂ ସ୍ଥିରତାର ପ୍ରମାଣ ନୁହେଁ ବରଂ ତାଞ୍ଜାନିଆରେ ଭାରତୀୟ ସମ୍ପ୍ରଦାୟର ଅବିସ୍ମରଣୀୟ ଆତ୍ମା ପାଇଁ ମଧ୍ୟ ଏକ ପ୍ରମାଣ। ତାଙ୍କର ପର୍ବତାରୋହଣ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଯୁବ ପିଢିଙ୍କୁ ଆଗକୁ ବଢିବାକୁ ସାହସ ଯୋଗାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌ 🔴 ଆଜି ପଙ୍କୋଦ୍ଧାର ଏକାଦଶୀ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ବ୍ରିଜ୍‌ ଉପରକୁ ଚଢ଼ିଗଲା ବସ୍‌ 🔴 ଆଜି ପଙ୍କୋଦ୍ଧାର ଏକାଦଶୀ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର