Masthead

ଆଲଫା ଠାରୁ ଡେଲଟା ପ୍ରଜାତି ଅଧିକ ସଂକ୍ରାମକ: ୟୁକେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଦେଖାଦେଇଥିବା ଡେଲଟା ପ୍ରଜାତିର କରୋନା ଭାଇରସ ୟୁକେରେ ଦେଖାଦେଇଥିବା ଆଲଫା ପ୍ରଜାତିଠାରୁ ଅଧିକ ସଂକ୍ରାମକ । ଏନେଇ ୟୁକେର ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହାଙ୍କକ ରବିବାର ସତର୍କ କରାଇଛନ୍ତି । ଡେଲଟା ଜାତୀୟ ପ୍ରଜାତି ଅଧିକ ୪୦% କ୍ଷିପ୍ର ତଥା ସଂକ୍ରମଣକ୍ଷମ ହୋଇଥିବା ଜଣାପଡ଼ିଛି । ସେପଟେ ଏହି ପ୍ରଜାତି ଦ୍ୱାରା ସଂକ୍ରମିତ ଅଧିକାଂଶ ନାଗରିକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଭିତରୁ କେହି କୋଭିଡ୍‌ ଟିକାର କୌଣସି ମାତ୍ରା ବି ନେଇନଥିବା ଚିନ୍ତାର ବିଷୟ ହୋଇଛି ବୋଲି ହାଙ୍କକ୍‌ କହିଛନ୍ତି।

ଗତ ଶୁକ୍ରବାର ଦେଶରେ ଏହି ପ୍ରଜାତିର ସଂକ୍ରମଣ ଯୋଗୁଁ ୬,୨୩୮ ଜଣ ନୂଆ କୋଭିଡ ପୀଡ଼ିତ ଠାବ ହୋଇଛନ୍ତି। ଏହି ଘାତକ ଡେଲ୍‌ଟା ପ୍ରଜାତି ଯୋଗୁଁ ଦେଶରେ ସକ୍ରିୟ ମାମଲା ପୁଣି ବଢ଼ି ବଢ଼ି ଚାଲିଥିବାରୁ ତାହାକୁ ରୋକିବା ଲାଗି ବିଶେଷ କରି ବେଶି ସଂକ୍ରମଣପ୍ରବଣ ଥିବା ୫୦ ବର୍ଷରୁ ଅଧିକ ବୟସ୍କମାନେ ସେମାନଙ୍କର ଦ୍ବିତୀୟ ମାତ୍ରା କୋଭିଡ୍‌ ଟିକା ନେଇଯିବାକୁ ସରକାର ପରାମର୍ଶ ଦେଇଛନ୍ତି। ଦେଶରେ ଯଦିଓ ଅଧିକାଂଶ ନାଗରିକଙ୍କର ସମ୍ପୂର୍ଣ୍ଣ ଟିକାକରଣ ସରିଛି, ତେବେ ଏହି ଡେଲ୍‌ଟା ପ୍ରଜାତିର ସଂକ୍ରମଣ ନୂଆ ଆହ୍ବାନ ଆଣିଛି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ