Masthead

ଓଡ଼ିଶାକୁ ନଷ୍ଟ କରିବାକୁ ସକୁନି ଭୂମିକା ନିର୍ବାହ କରୁଛନ୍ତି ଧର୍ମେନ୍ଦ୍ର: ଭାଗିରଥି ସେଠୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ବିଧାୟକ ଭାଗିରଥି ସେଠୀ । ସେ କହିଛନ୍ତି ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି । ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହାରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି । ଭର୍ତ୍ତୃହରି ବାବୁ ଛ ଛ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି ।

ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ । ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ । ସେ କାଉନସିଲର ଟିକେଟ ପାଇବେ ନା ସାଂସଦ ଟିକେଟ ପାଇ ପୁଣି ସାଂସଦ ହେବେ ସେ କାହିଁକି ତାଙ୍କ କଥା ଚିନ୍ତା କରୁଛନ୍ତି । ସେ ବହୁତ ମହାଭାରତ କଥା ଜାଣିଛନ୍ତି । ସେ ଯଦି କୌରବ ତେବେ ପାଣ୍ଡଵ କିଏ ? ସେମାନେ ପାଣ୍ଡଵ ଶିବିରରେ ରହି କି କାମ କରୁଛନ୍ତି ? ପାଣ୍ଡଵ ଶିବିରରେ ରହି ସକୁନି କାମ କରୁଛନ୍ତି, ଓଡ଼ିଶାକୁ ନଷ୍ଟ କରିବା ପାଇଁ ସକୁନିର ଭୂମିକା ନିର୍ବାହ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ