Masthead

ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଆଜି ବଡ଼ ବୈଠକ

ପୁରୀ(ବଡ଼ ଖବର ବ୍ୟୁରୋ): ଦୀଘା ଜଗନ୍ନାଥ ମନ୍ଦିର ବିବାଦ । ଆଜି ଅପରାହ୍ନ ୫ଟାରେ ବୈଠକ ଡାକିଲା ଶ୍ରୀମନ୍ଦିର ପ୍ରଶାସନ ମହାରଣା, ଦେଉଳକରଣ, ପାଟଯୋଶୀଙ୍କ ହେବ ଆଲୋଚନା । ନବକଳେବର ସମୟର ବଳକା ଦାରୁ ଉପରେ ଆଲୋଚନା । ଆଇନମନ୍ତ୍ରୀଙ୍କ ଚିଠିପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେଇଥିବାବେଳେ ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ରୂପେ ନାମକରଣ କରାଯାଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ବ୍ରହ୍ମସ୍ଥାପନ ହୋଇଥିବା ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। ତେବେ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ପୁରୀରୁ ୭ରୁ ୮ଜଣ ଦଇତାପତି ସେବାୟତ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ। ସେମାନଙ୍କର ପୂଜାବିଧି କର୍ତ୍ତବ୍ୟ କିଛି ନ ଥିଲା। ବ୍ରହ୍ମ ସ୍ଥାପନ କେବଳ ଗୋଟିଏ ସ୍ଥାନରେ ଅର୍ଥାତ ଶ୍ରୀମନ୍ଦିରରେ ହୁଏ, ଯାହା ନବକଳେବର ସମୟରେ ପରିବର୍ତ୍ତନ କରାଯାଇଥାଏ। ଅନ୍ୟ କୌଣସି ସ୍ଥାନରେ ବ୍ରହ୍ମ ଆସିପାରିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଏହା ହେଉଛି ଓଡ଼ିଆ ଜାତି ଓ ମହାପ୍ରଭୁଙ୍କ ସ୍ବାଭିମାନର ପ୍ରଶ୍ନ।

ଏହି ସ୍ବାଭିମାନକୁ ସର୍ବଦା ଚ୍ୟାଲେଞ୍ଜ କରିବା ଭଳି କାର୍ୟ୍ୟ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଅତୀତରେ ରସଗୋଲା ଘଟଣା ହେଉ କି ବର୍ତ୍ତମାନର ଜଗନ୍ନାଥ ଧାମ ପ୍ରସଙ୍ଗ ହେଉ, ସବୁକ୍ଷେତ୍ରରେ ଓଡ଼ିଶାର ମାନ ଅଭିମାନ କ୍ଷୁଣ୍ଣ ହେବା ନେଇ ଅପଚେଷ୍ଟା କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ରହିଛି ଏବଂ ଆହୁରି ମନ୍ଦିର ହେବାର ଆବଶ୍ୟକତା ଅଛି। ମାତ୍ର ପଶ୍ଚିମବଙ୍ଗରେ ଓଡ଼ିଆ ଜାତିକୁ ତଳକୁ ନେବା ପାଇଁ ପ୍ରତ୍ୟେକ ପର୍ବକୁ ତାଙ୍କର କରିବାକୁ ଅପଚେଷ୍ଟା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ