Masthead

ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ମନ୍ତବ୍ୟ । ବିଜେପି ଘୋଡ଼ା ବେପାର କରୁଛି କହିଲେ ନବୀନ । ବିଜେପି ପ୍ରାର୍ଥୀ ଘୋଡ଼ା ବେପାର ଚେଷ୍ଟା ଜାରି ରଖିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆଗକୁ ରାଜ୍ୟସଭା ନିର୍ବାଚନ । ଏହାପୂର୍ବରୁ ଆମ ଦଳର ବିଧାୟକ ଏବଂ ନେତାମାନେ ନିର୍ବାଚନ ଅଧିକାରୀଙ୍କ ସହି ଭେଟିବାକୁ ଆସିଥିଲେ । କିପରି ଓ କେଉଁଭଳି ଭାବେ ନିର୍ବାଚନ ହେବ । ସେ ବିଷୟରେ କଥା ହୋଇଛି । ଏହି ଅବସରରେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଡ଼ା ବେପାର କରୁଛି । ଗଣତାନ୍ତ୍ରିକ ନିର୍ବାଚନରେ ଘୋଡ଼ାବେପାର । ଅନ୍ୟପଟେ ନବୀନଙ୍କ ବୟାନକୁ ମୁହଁ ଖୋଲିଛନ୍ତି ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି । କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ । ଆମେ ଘୋଡା ବେପାର କରୁ ନାହୁଁ । ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ । ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ କରିଦେଲେ ସେ ହାରିସାରିଲେଣି । ଆମେ ଘୋଡା ବେପାର କରୁ ନାହୁଁ ବିବେକାନୁମୋଦିତ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି