Masthead

ଫିଲିପାଇନ୍ସରେ ଭୂକଂପ, ୨୬ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟ୍‌କା; ୨୬ ମୃତ, ୧୫୦ ଆହତ ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକଂପ ଝଟ୍‌କା ଭୁଶୁଡ଼ିଲା ଅନେକ ବଡ଼ ବଡ଼ କୋଠା; ଉଦ୍ଧାର କାର୍ଯ୍ୟ ଜାରି ପ୍ରକୃତିର ଭୟଙ୍କର କୋପ । ଥରିଲା ମାଟି ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କାରେ ସବୁ କିଛି ଛାରଖାର । ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏବେ ସୁଦ୍ଧା ୨୬ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବ ବେଳେ ଅନେକ ଆହତ ହୋଇଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଫିଲିପାଇନ୍ସ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟରେ ଘରୁ ବାହାରକୁ ରାସ୍ତାକୁ ଧାଇଁ ଆସିଥିଲେ। ଏକ ଚର୍ଚ୍ଚ କ୍ଷତିଗ୍ରସ୍ତ ହେବା ସହ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ସେବୁ ପ୍ରଦେଶର ବୋଗୋ ସହରରୁ ୧୭ କିଲୋମିଟର ଉତ୍ତର-ପୂର୍ବରେ ଥିଲା। ବିପର୍ଯ୍ୟୟ ପ୍ରତିକ୍ରିୟା ଅଧିକାରୀ କହିଛନ୍ତି ଯେ ପ୍ରାୟ ୯୦,୦୦୦ ଜନସଂଖ୍ୟା ବିଶିଷ୍ଟ ସେବୁ ପ୍ରଦେଶର ଏକ ଉପକୂଳବର୍ତ୍ତୀ ସହର ବୋଗୋରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ରିପୋର୍ଟ କରାଯାଇଛି। ବୋଗୋରେ ମୃତ୍ୟୁସଂଖ୍ୟା ବଢ଼ିପାରେ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, “ବିପଦ ଯୋଗୁଁ ବୋଗୋ ଅଞ୍ଚଳରେ ଗତିବିଧି କଷ୍ଟକର।  କିଛି ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ସହରର ବିପର୍ଯ୍ୟୟ କାର୍ଯ୍ୟାଳୟର ମୁଖ୍ୟ କହିଛନ୍ତି ଯେ ବୋଗୋ ନିକଟସ୍ଥ ସହର ମେଡେଲିନରେ ଅତି କମରେ ୧୨ ଜଣ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି। 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ