Masthead

ପ୍ରାକୃତିକ ଗ୍ୟାସ ଉପରମୁହାଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଯୋଗୁ ଗ୍ୟାସ ଦର ବୃଦ୍ଧି ଘଟିଛି । କେନ୍ଦ୍ର ସରକାର ଗୁରୁବାର ପ୍ରାକୃତିକ ଗ୍ୟାସର ମୂଲ୍ୟ ୬୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଏପ୍ରିଲ ୨୦୧୯ ପରେ ପ୍ରଥମ ଥର ଲାଗି ଏଭଳି ଦର ବୃଦ୍ଧି ଘଟିଛି । ପାକୃତିକ ଗ୍ୟାସ ଲାଗି ଆବଶ୍ୟକ ଫର୍ଟିଲାଇଜର, ବିଦ୍ୟୁତ ଉତ୍ପାଦନ ଓ ସିଏନଜି ରୂପେ ଯାନବାହାନ ଇନ୍ଧନ ତଥା ଖାଦ୍ୟ ପ୍ରସ୍ତୁତି ଲାଗି ରନ୍ଧନ ଗ୍ୟାସ ରୂପେ ମିଳେ ।

ପେଟ୍ରୋଲିୟମ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଓ ବିଶେଷଜ୍ଞ ପ୍ରକୋଷ୍ଠ ପକ୍ଷରୁ କୁହାଯାଇଛି ଓଏନଜିସି ଏବଂ ଅଏଲ ଇଣ୍ଡିଆ ଲିମିଟେଡ଼କୁ ଆବଣ୍ଟିତ ଗ୍ୟାସର ମୂଲ୍ୟ ଅକ୍ଟୋବର ୧ ରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟ ପିଛା ୨.୯୦ ଡଲାର ରହିବ । ସେହିପରି ଗଭରୀ ସମୁଦ୍ର ଭଳି କଷ୍ଟସାଧ୍ୟ ସେକ୍ଟରୁ ଉତ୍ପାଦିତ ଗ୍ୟାସର ମୂଲ୍ୟ ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟ ପିଛା ୬.୧୩ ଡଲାର ରହିବ । ବର୍ତ୍ତମାନ ଏହା ୟୁନିଟ ପିଛା ୬.୩୨ ଡଲାର ରହିଛି ।

ସୂଚନା ଅନୁସାରେ ଗ୍ୟାସ ଦର ବୃଦ୍ଧି ଫଳରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସିଏନଜି ଓ ପାଇପ ମାଧ୍ୟମରେ ଘର ମାନଙ୍କୁ ଗ୍ୟାସ ଯୋଗାଣ ହେବାକୁ ଥିବା ଗ୍ୟାସର ମୂଲ୍ୟ ୧୦ ରୁ ୧୧ ପ୍ରତିଶତ ବୃଦ୍ଧି ପାଇବ । ଏଥି ଯୋଗୁଁ ଗ୍ୟାସ ଦ୍ୱରା ପରିଚାଳିତ ବିଦ୍ୟୁତ ପ୍ଲାଣ୍ଟ ଗୁଡ଼ିକର ବିଦ୍ୟୁତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଏଥି ଯୋଗୁ ଗ୍ରାହାକଙ୍କ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । କିନ୍ତୁ ସାର ଉତ୍ପାଦନ ଖର୍ଚ୍ଚ ବଢିବ । କିନ୍ତୁ ସରକାରୀ ସବସିଡ଼ି ଫଳରେ ଦରବୃଦ୍ଧିର ଆଶଙ୍କା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା