Masthead

ଘରେ ପଶି ଦଳିଦେଲା ଦନ୍ତା

ଝୁମ୍ପୁରା (ବଡ଼ ଖବର ବ୍ୟୁରୋ): ଘରେ ପଶି ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ । ଏକ ୩୦ ଟିକିଆ ହାତୀପଲ ବିଳମ୍ବିତ ରାତିରେ ଜ୍ୟୋତିପୁର ବିଟ୍ ଅନ୍ତର୍ଗତ ବର୍ଦ୍ଧନା, ଆଙ୍କୁଡ଼ି, ନିଉଣ୍ଡି, ଖୁଣ୍ଟାପଡା, ଟାଙ୍ଗରପଡା ଗ୍ରାମରେ ଆତଙ୍କ ଖେଳାଇ ୭ରୁ ଅଧିକ ଘର ଭାଙ୍ଗି ଦେଇଥିବା ବେଳେ ଏକ ଦନ୍ତା ବର୍ଦ୍ଧନା ଗ୍ରାମରେ ଘରେ ପଶି ବୃଦ୍ଧାଙ୍କୁ କଚାଡି ମାରିଦେଇଛି।

ମୃତକ ହେଲେ ଶରଧା ଖିଲାର ଗ୍ରାମ ବର୍ଦ୍ଧନା । ରାତିରେ ଶୋଇଥିବା ଅବସ୍ଥାରେ ଦନ୍ତା ହାତୀଟି ଘର ଭାଙ୍ଗି ବୃଦ୍ଧା ଜଣଙ୍କୁ ମାରିଥିବା ଅଭିଯୋଗ ହୋଇଛି । ତେବେ ବନବିଭାଗ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବା କଥା କିନ୍ତୁ ବନବିଭାଗକୁ ଖବର ଦେଲା ପରେ ବୃଦ୍ଧାଙ୍କୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ପ୍ରଥମେ ଭଣ୍ଡା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଛି ।

ହାତୀପଲଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏବେ ନରହନ୍ତା ଦନ୍ତା ନିଉଣ୍ଡି ଜଙ୍ଗଲରେ ଘୁରିବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଦିନକୁ ଦିନ ଜଙ୍ଗଲକୁ କାଟି ଦିଆଯାଉଥିବାରୁ ହାତୀମାନେ ଗାଆଁ ମୁହାଁ ହେଉଛନ୍ତି ଏବଂ ଧନ ଜୀବନ ନଷ୍ଟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ