Masthead

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ବିତ ରାତିରେ ଦୁର୍ଘଟଣା । ୨ ବୁଲେଟ୍ ଆରୋହୀ ମୃତ  ।ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ, ଗଛ ଓ କାର୍‌କୁ ଧକ୍କା ଦେଲା ବୁଲେଟ୍‌ । ହଠାତ୍ ସ୍ପିଡ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇଲେ ବୁଲେଟ ଚାଳକ । ଇଲେକ୍ଟ୍ରିକ୍ ପୋଲ, ଗଛ ଏବଂ ପାର୍କିଂରେ ଥିବା କାର୍‌ରେ ପିଟିହେଲା ଗାଡ଼ି ।

ଘଟଣା ସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ମୃତକ ଦୁଇ ଯୁବକ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ଵେସ ସତ୍ୟଦର୍ଶନ ଦାସ । ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା । ସେପଟେ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ମୁତାବକ, ୨ ଜଣ ଯୁବକ ବିଳମ୍ୱିତ ରାତିରେ ଏକ ବୁଲେଟ୍‌ ହାଇ ସ୍ପିଡ୍‌ରେ ଚଲାଇ କେଭି-୨ ନିକଟରେ ଯାଉଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ନିକଟରେ ଭାରସାମ୍ୟ ହରାଇଥିଲା ଗାଡି । ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ପ୍ରଥମେ ଇଲେକ୍ଟ୍ରିକ୍ ପୋଲ ସହ ଗାଡ଼ିଟି ଧକ୍କା ହୋଇଥିଲା । ପରେ ଏକ ଗଛ ଓ ପାର୍କିଂରେ ଥିବା କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ