Masthead

ବନ୍ଧୁ ମିଳନ 2025

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥାରେ ଅଛି ବନ୍ଧୁ ହିଁ ଶ୍ରେଷ୍ଠ । ଯାହା ପାଖେ ଅଛି ବନ୍ଧୁଟିଏ ତାକୁ ବା ଆଉ କାହାର ରହିଛି ଦରକାର । ବନ୍ଧୁ ମିଳନ କରିବା ପୂର୍ବରୁ ମନେ ପଡ଼ିଯାଏ ସେହି ସୁବଳ ଓ ସୁଦାମ । ନିଜର କାର୍ଯ୍ୟବ୍ୟସ୍ତତାକୁ ପଛରେ ପକାଇ ଆଜି ସେହି ବନ୍ଧୁତାକୁ ଆହୁରି ସୁଦୃଢ଼ ଓ ସଶକ୍ତ କରିବା ପାଇଁ ଏକତ୍ରିତ ହୋଇଥିଲେ ୨୦୧୭ ମସିହା ବ୍ୟାଚର ପିଲାମାନେ । ଆଉ ମନେ ପକାଇଥିଲେ ସେହି ବିଦ୍ୟାଳୟରେ କାଟିଥିବା ଗୋଟିଏ ଗୋଟିଏ ମୁହୂର୍ତ୍ତକୁ । ନିଜର ପାଠପଢ଼ା ସାଙ୍ଗକୁ କିପରି ଥିଲା ସେହି ପିଲା ଦିନର ସମୟ ତାକୁ କରିଥିଲେ ସ୍ମରଣ। ଯାହା ବେଶ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସମାଜ ପାଇଁ ସେମାନଙ୍କ ଭୂମିକା କଣ ହେବାର ଆବଶ୍ୟକ ରହିଛି ତା ଉପରେ ମଧ୍ୟ କରୁଥିଲେ ଚର୍ଚ୍ଚା ।

ସାଇ ନର୍ସରୀ ସ୍କୁଲରେ ଅଧ୍ୟୟନ କରି ୨୦୧୭ ମସିହାରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଆଜି ହୋଇଥିଲେ ଏକତ୍ରିତ । ବିଭିନ୍ନ ଦିଗକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ବିଶେଷ କରି ନିଜ ସ୍କୁଲ ସମୟର ପ୍ରତ୍ୟେକଟି ଦିନକୁ ମନେ ପକାଇ ସମୟକୁ ଅତିବାହିତ କରିଥିଲେ । ଏହା ଥିଲା ଦ୍ୱିତୀୟ ବୈଠକ । ବହୁତ ବର୍ଷ ବ୍ୟବଧାନରେ ସମସ୍ତେ ଏକାଠି ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଥିଲେ । ଏହି ବ୍ୟାଚର ଅନେକ ପିଲା ଏବେ ସମାଜ କାର୍ୟ୍ୟରେ ନିୟୋଜିତ ଅଛନ୍ତି । କିଏ ସରକାରୀ ତ କିଏ ବେସରକାରୀ ଚାକିରି କରି ସମାଜ ପାଇଁ କାର୍ୟ୍ୟ କରି ଆସୁଛନ୍ତି । ଯାହାକୁ ନେଇ ସେମାନେ ମଧ୍ୟ ନିଜେ ନିଜର ଶ୍ରେୟ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା