Masthead

ଜୁଆ ନେଲା ଜୀବନ

ରାଇରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର । ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଦୁନ୍ଦୁ ଗ୍ରାମରେ । ମୃତ ଠିକାଦାର ମୁର୍ଷିବାଦର ଅନିଉଲ ଶେଖ । ଅଧିକ ରୋଜଗାର ନିଶା କେତେ ଭୟଙ୍କର ହୋଇପାରେ ତାହା ଏହି ଘଟଣାକୁ ପ୍ରମାଣିତ କରୁଛି । ପଶ୍ଚିମବଙ୍ଗର ମୁର୍ଷିଦାବାଦରୁ ଅନିଉଲ ରୋଜଗାର ପାଇଁ ଆସିଥିଲେ ବହଳଦାକୁ । ରାଜମିସ୍ତ୍ରୀ କାମ କରିବା ସହ ନିଜେ ପାଲଟି ଯାଇଥିଲେ ଠିକାଦାର । ବେସରକାରୀ କୋଠା ନିର୍ମାଣ କରି ବହୁ ଟଙ୍କା ରୋଜଗାର କରୁଥିଲେ । ଆଇପିଏଲ କ୍ରିକେଟ ମ୍ୟାଚରେ ଲକ୍ଷାଧିକ ଟଙ୍କା ଝାଡ଼ଖଣ୍ଡର ଟାଟାନଗର ବୁକି ପାଖରେ ବାଜି ଲଗାଇ ହାରି ଯାଇଥିଲେ । କାମ କରୁଥିବା ଶ୍ରମିକଙ୍କୁ ତାଙ୍କ ପଇସା ଦେଇ ପାରୁନଥିଲେ । ବିଭିନ୍ନ ଲୋକଙ୍କ ପାଖରୁ କାମ ପାଇଁ ଅଗ୍ରୀମ ଟଙ୍କା ନେଇ କାମ କରି ନ ପାରି ମାନସିକ ଭାରସାମ୍ୟ ହରାଇଥିଲେ । ଅନିଉଲ ଶେଖଙ୍କ ସହ ରହୁଥିବା ଶ୍ରମିକମାନେ କାମରୁ ଫେରି ଠିକାଦାରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ବହଳଦା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା