Masthead

ଗାଜାକୁ ସମ୍ପୂର୍ଣ୍ଣ ସିଜ୍ କରିବାକୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ୍; ବିଦ୍ୟୁତ, ଖାଦ୍ୟ ଓ ଇନ୍ଧନ ବନ୍ଦ

ଇସ୍ରାଏଲ୍-ପାଲେଷ୍ଟାଇନ୍ ଭୟଙ୍କର ଯୁଦ୍ଧ, ଗଲାଣି ୧୫ ଶହ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସମୟ ଯେତେ ବଢ଼ୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡୁଛି । ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଧ୍ୱଂସସ୍ତୁପ ପାଲଟି ଯାଇଛି ଇସ୍ରାଏଲ୍‌ର ଗାଜା ସହର । ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ବିଧ୍ୱଂସର ତାଣ୍ଡବ ଳୀଲା ।  ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛି । ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି ।

ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ । ଗାଜା ଉପରେ ଏୟାର ଷ୍ଟ୍ରାଇକକୁ ବନ୍ଦ ନକଲେ ଏହାର ଚରମ ପରିସ୍ଥିତି ଭୋଗିବାକୁ ପଡ଼ିବ ବୋଲି ବିବୃତି ଜାରି କରିଛନ୍ତି ହମାସ୍ ଆତଙ୍କବାଦୀ । ଗାଜା ସୀମାରେ ଗତ ଦୁଇ ଦିନ ତଳେ ଏକ ନେଚର୍ ପାର୍ଟି ଚାଲିଥିବାବେଳେ ଶତାଧିକ ସଂଖ୍ୟାରେ ଥିବା ଇସ୍ରାଏଲ୍ ଓ ଅନ୍ୟ ଦେଶର ନାଗରିକଙ୍କୁ ଅପହରଣ କରିଛନ୍ତି ହମାସ୍ ଆତଙ୍କବାଦୀ । ଏମାନଙ୍କୁ ମୁକୁଳାଇବା ଏବେ ଇସ୍ରାଏଲ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ସେପଟେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଶେଷ ଜରୁର୍ କରିବ ବୋଲି ପାଲେଷ୍ଟାଇନକୁ ଏଭଳି କଡ଼ା ଭାଷାରେ ଚ୍ୟାଲେଞ୍ଜ କରିବା ସହ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା । ହମାସ୍ ଭଲ ଭାବେ ବୁଝିବ ଇସ୍ରାଏଲ୍ ଉପରେ ଆକ୍ରମଣ କରି କେତେ ବଡ଼ ଭୁଲ୍ କରିଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୧୫ ଶହକୁ ବୃଦ୍ଧି ପାଇଛି । ୪ ଦିନରେ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ୮ ଶହକୁ ବୃଦ୍ଧି ପାଇଛି । ୬୮୭ ପାଲେଷ୍ଟେନୀୟଙ୍କ ମୃତ୍ୟୁ ମାନିଲେ ହମାସ୍‌ ବିଦ୍ରୋହୀ । ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମିଳିତ ଜାତିସଂଘ ମହାସଚିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ