Masthead

ଦିନ ଦ୍ୱିପ୍ରହରରେ ଲୁଟ

ଘସିପୁରା (ବଡ଼ ଖବର ବ୍ୟୁରୋ): ଘସିପୁରା ଥାନା ଜାତୀୟ ରାଜପଥ ୨୦ର ବେଲବାହାଳି ବାଇପାସ ନିକଟରେ ଗୁଳି ଫୁଟାଇ ଦମ୍ପତିଙ୍କ ନିକଟରୁ ଲୁଟ। ପୋଲିସର ତଦନ୍ତ ଜାରି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୋରେଇ ଥାନା ଜଳନ୍ଦା ଗାଁର ଦିଲ୍ଲୀପ ବାରିକ ନାମକ ଜଣେ ଯୁବକ ନିଜ ପତ୍ନୀ ଓ ଝିଅକୁ ନେଇ ଭାଣିଜୀ ବାହାଘର ନିମନ୍ତେ କେନ୍ଦୁଝର ଜିଲ୍ଲା ମଲିପଶି ଗାଁକୁ ଯାଇଥିଲେ।

ବାହାଘର ସାରି ନିଜ ଘରକୁ ଫେରୁଥିବା ସମୟରେ ବେଲବାହାଳି ନିକଟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିବା ସହିତ ଅଟକ ରଖି ଭୁଜାଲି ଦେଖାଇବା ସହିତ ବନ୍ଧୁକ ଖୋଲି ୩ ରାଉଣ୍ଡ ଫାଇରିଙ୍ଗ କରିଥିଲେ। ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ମହିଳାଙ୍କ କାନଫୁଲ ନେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଆନନ୍ଦପୁର ଅଞ୍ଚଳରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ତୁରନ୍ତ ଚୋରଙ୍କୁ ଧରିବାକୁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ