Masthead

ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା ଚେନ ଓ ମୁଦି । ଏଭଳି ଘଟଣା ଅନୁଗୁଳ ସହରରେ ଘଟିଥିବା ବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ ଆଉ ହାତରେ ସୁନା ମୁଦି ପିନ୍ଧି ହୁଲୁରିସିଂହାକୁ ଯାଉଥିଲେ । ତେବେ ଦିବ୍ୟଜ୍ୟୋତି ହଲ ଛକ ନିକଟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ନିଜକୁ ପୋଲିସ ପରିଚୟ ଦେଇଥିଲେ  ।

କହିଥିଲେ ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିବା ସହ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ ଗାଡି ଡିକିରେ ରଖି ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ୪ ଟି ଗୋଡି ଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଏହା ସେହି ଦୁଇ ଠକଙ୍କ କାମ ଜାଣି ଅନୁଗୁଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ସିସିଟିଭି ଆଧାରରେ ଯାଞ୍ଚ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ