ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶାରେ ହୋଇପାରେ ପ୍ରବଳରୁ ପ୍ରବଳ ବର୍ଷା ।୨୭ରେ ବଙ୍ଗପସାଗରରେ ସୃଷ୍ଟି ହେବ ଲଗୁଚାପ । ପଶ୍ଚିମ କେନ୍ଦ୍ରିୟ ଓ ତାର ପାଶ୍ୱର୍ପତି ଉତ୍ତର ବଙ୍ଗପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଲଘୁଚାପ ହେବାର ଦୁିଇ ଦିନ ଭିତରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ ବୋଲି କୁହାଯାଇଛି । ଏହି ବର୍ଷା ମୌସୁମୀର ଗତି କୁ ସକ୍ରିୟ କରିବ ।
ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଛୁଇଁବ କେରଳ । ବିଜୁଳି, ଘଡଘଡି, ବର୍ଷା ପାଇଁ ଆଗାମି ୨୪ ଘଣ୍ଟାରେ ୨୬ ଜିଲ୍ଲାରେ ୟେଲ ୱାନିଂ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ କାଳବୌଶାଖିର ପ୍ରଭାବ ରହିବ ।