Masthead

ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଥମୁ ନାହିଁ କମ୍ପନ । ଦିନକୁ ଦିନ ଦଳକୁ ଅଡୁଆରେ ପକାଇଲେଣି ରାଜା । ରଣେନ୍ଦ୍ରଙ୍କ ନିଶାନାରେ ପାଣ୍ଡିଆନ ଓ ବବି! ଦଳ ପରାଜୟ ପରେ ରାଜାଙ୍କ ଭିନ୍ନ ଅନ୍ଦାଜ । କୌଣସି ପ୍ରସଙ୍ଗକୁ ନେଇ ପାର୍ଟି ପ୍ରେସମିଟ କରିବା ପୂର୍ବରୁ ରାଜା ସ୍ୱାଇଁ ସାମ୍ନାକୁ ଆସୁଛନ୍ତି । ପାଣ୍ଡିଆନ ନେଇଥିବା ନିଷ୍ପତ୍ତି ପୂର୍ବରୁ ସବୁକିଛି ସାରିଦେଉଛନ୍ତି ରାଜା । ଏଇଠୁ ଆଭାସ ମିଳୁଛି ଯେ ରାଜା ଓ ପାଣ୍ଡିଆନଙ୍କ ଭିତରେ ସଂପର୍କ ଭଲ ନାହିଁ । ପାଣ୍ଡିଆନଙ୍କ ପରେ ଏବେ ବବିଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି ଆଠଗଡ଼ ବିଧାୟକ ।

ଓବିସି ସଂରକ୍ଷଣ ମଂଚରୁ ବବିଙ୍କ ବିଷୟରେ ଯାହା କହିଲେ ତାହା ମଧ୍ୟ ଅତି ରୋଚକ । ରାଜାଙ୍କ କଥାରୁ ଜଣାପଡିଛି ଯେ ବିଜେଡି କ୍ଷମତାରେ ଥିବା ବେଳେ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ରାଜୁତି କିଭଳି ଚାଲିଥିଲା । ରାଜା କହିଲେ ଯେ ଓବିସି କମିସନ ଗଠନ ବେଳେ ବବିଙ୍କ ସହ ଲଢେଇ ହୋଇଥିଲା । କମିସନ ଗଠନ ହେଲା ସତ, ହେଲେ ପ୍ରକ୍ରିୟା ଭୁଲ ଥିଲା । ଯେଉଁ କାରଣ ପାଇଁ ଦଳ ପରାଜୟ ବରଣ କଲା । ଦଳରେ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ପଛୁଆ ବର୍ଗଙ୍କୁ ହୀନମନ୍ୟ ମନେକରନ୍ତି । ଓବିସିଙ୍କ ପାଇଁ କାମ ନ କଲେ ଇତିହାସ କ୍ଷମା ଦେବନାହିଁ ।

ପାଣ୍ଡିଆନଙ୍କ ଇଶାରାରେ ବିଜେଡି ଏବେ ବି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । ଏବେ ବବିଙ୍କ ସହ ଲଢେଇ କଥା କହିବା ପରେ ସ୍ପଷ୍ଟ ହେଉଛି ଯେ ପାଣ୍ଡିଆନ-ବବିଙ୍କୁ ପୂର୍ବରୁ ସତର୍କ କରିଆସିଥିଲେ ରାଜା । ହେଲେ ଏହାକୁ ଶୁଣିନଥିଲେ । ଯାହା ଫଳରେ ଦଳ ପରାଜୟ ବରଣ କରିଛି । ଏଭଳି ହେଲେ ଆଗକୁ ସ୍ଥିତି ଦଳର ଭୟାନକ ହେବ ଏତôରେ ଦ୍ୱିମତ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ