ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଥମୁ ନାହିଁ କମ୍ପନ । ଦିନକୁ ଦିନ ଦଳକୁ ଅଡୁଆରେ ପକାଇଲେଣି ରାଜା । ରଣେନ୍ଦ୍ରଙ୍କ ନିଶାନାରେ ପାଣ୍ଡିଆନ ଓ ବବି! ଦଳ ପରାଜୟ ପରେ ରାଜାଙ୍କ ଭିନ୍ନ ଅନ୍ଦାଜ । କୌଣସି ପ୍ରସଙ୍ଗକୁ ନେଇ ପାର୍ଟି ପ୍ରେସମିଟ କରିବା ପୂର୍ବରୁ ରାଜା ସ୍ୱାଇଁ ସାମ୍ନାକୁ ଆସୁଛନ୍ତି । ପାଣ୍ଡିଆନ ନେଇଥିବା ନିଷ୍ପତ୍ତି ପୂର୍ବରୁ ସବୁକିଛି ସାରିଦେଉଛନ୍ତି ରାଜା । ଏଇଠୁ ଆଭାସ ମିଳୁଛି ଯେ ରାଜା ଓ ପାଣ୍ଡିଆନଙ୍କ ଭିତରେ ସଂପର୍କ ଭଲ ନାହିଁ । ପାଣ୍ଡିଆନଙ୍କ ପରେ ଏବେ ବବିଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି ଆଠଗଡ଼ ବିଧାୟକ ।

ଓବିସି ସଂରକ୍ଷଣ ମଂଚରୁ ବବିଙ୍କ ବିଷୟରେ ଯାହା କହିଲେ ତାହା ମଧ୍ୟ ଅତି ରୋଚକ । ରାଜାଙ୍କ କଥାରୁ ଜଣାପଡିଛି ଯେ ବିଜେଡି କ୍ଷମତାରେ ଥିବା ବେଳେ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ରାଜୁତି କିଭଳି ଚାଲିଥିଲା । ରାଜା କହିଲେ ଯେ ଓବିସି କମିସନ ଗଠନ ବେଳେ ବବିଙ୍କ ସହ ଲଢେଇ ହୋଇଥିଲା । କମିସନ ଗଠନ ହେଲା ସତ, ହେଲେ ପ୍ରକ୍ରିୟା ଭୁଲ ଥିଲା । ଯେଉଁ କାରଣ ପାଇଁ ଦଳ ପରାଜୟ ବରଣ କଲା । ଦଳରେ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ପଛୁଆ ବର୍ଗଙ୍କୁ ହୀନମନ୍ୟ ମନେକରନ୍ତି । ଓବିସିଙ୍କ ପାଇଁ କାମ ନ କଲେ ଇତିହାସ କ୍ଷମା ଦେବନାହିଁ ।

ପାଣ୍ଡିଆନଙ୍କ ଇଶାରାରେ ବିଜେଡି ଏବେ ବି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । ଏବେ ବବିଙ୍କ ସହ ଲଢେଇ କଥା କହିବା ପରେ ସ୍ପଷ୍ଟ ହେଉଛି ଯେ ପାଣ୍ଡିଆନ-ବବିଙ୍କୁ ପୂର୍ବରୁ ସତର୍କ କରିଆସିଥିଲେ ରାଜା । ହେଲେ ଏହାକୁ ଶୁଣିନଥିଲେ । ଯାହା ଫଳରେ ଦଳ ପରାଜୟ ବରଣ କରିଛି । ଏଭଳି ହେଲେ ଆଗକୁ ସ୍ଥିତି ଦଳର ଭୟାନକ ହେବ ଏତôରେ ଦ୍ୱିମତ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ