Masthead

କାହାକୁ ଆଉ ମୁଁ ଜ୍ୟୋତି ବୋଲି ଡାକିବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁଃଖ, ଜର୍ଜରିତ, ହୃଦୟ ବିଦାରକ । ସ୍ୱାମୀଙ୍କୁ ଖୋଜି ପାଗଳ ହେଉଥିଲେ । ଆଉ ଏବେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପାଗଳପ୍ରାୟ । ନିଶ୍ୱାସ ଅଟକି ଯାଉଛି । ବଞ୍ଚି ବି ମୃତ୍ୟୁ ସହିତ ସମାନ । କ’ଣ କରିବି ? କୁଆଡ଼େ ଯିବ? କାହାକୁ ଆଉ ମୁଁ ଜ୍ୟୋତି ବୋଲି ଡାକିବି । ଭଗବାନ ଏ ସବୁ କ’ଣ ହୋଇଗଲା । ମୋ ଧନକୁ ମୁଁ କେମିତି ଚିହ୍ନି ପାରିଲିନି । ସତରେ ତମେ ମତେ ଏକା କରି ଚାଲିଗଲ ଜ୍ୟୋତି । ମୋ କଥା ଟିକେ ବି ଭାବିଲନି । କାନ୍ଦି କାନ୍ଦି ଚେତାଶୂନ୍ୟ ହେଉଛନ୍ତି । ମୁଣ୍ଡ ବାଡ଼େଇ ଚିକ୍ରାର କରୁଛନ୍ତି ମୋ ଧନ ଗଲେ କୁଆଡେ ? ମୁଁ କେମିତି ଜାଣିପାରିଲିନି? ଏ ହସ୍ପିଟାଲ ବାଲା ବି ମୋ ସ୍ୱାମୀଙ୍କୁ ଠିକରେ ଦେଖେଇଲେ ନାହିଁ । ଇଏ ହେଉଛି ଜ୍ୟୋତିଙ୍କ ସ୍ତ୍ରୀ ଅର୍ପିତାଙ୍କ ବୁକୁ ଫଟା ଚିକ୍ରାର ।

 

ସ୍ଥିତି ଏମିତି , କିଏ କାହାକୁ ବୁଝାଇବ କିଏ କାହାକୁ ସାନ୍ତ୍ୱନା ଦେବ କହି ହେଉନି । ହତଭାଗିନୀ ଅର୍ପିତା । ନା ସ୍ୱାମୀଙ୍କ ମୃତଦେହ ଦେଖିପାରିଲେ ନା ଶବସକ୍ରାର କରିପାରିଲେ । ଖାଲି ଅର୍ପିତା କାହିଁକି ପୁରା ପରିବାର ଏବେ ହତବାକ । କରିବେ ବା କ’ଣ । ଆଉ କ’ଣ ଜ୍ୟୋତି ଫେରିବ । ଥରେ ଦେଖନ୍ତୁ ସେ ବୁଢାବାପାକୁ । ମୁଣ୍ଡ ବାଡେଇ କାନ୍ଦୁଛନ୍ତି । ଆଉ କହୁଛନ୍ତି ସବୁ ସରିଗଲା । ମୋର ଆଉ କେହି ନାହାନ୍ତି । ମୁଁ ଅସହାୟ । ହାଇଟେକ ହସ୍ପିଟାଲ ଟ୍ରାଜେଡ଼ି ସବୁ ସାରିଦେଲା । ୪ ଜଣଙ୍କ ଜୀବନ ବରବାରଦ କରିଦେଲା । ଆଉ ୩ ବର୍ଷ ତଳେ ବିବାହ କରିଥିବା ଅର୍ପିତା ଏବେ କରିବେ ବା କ’ଣ?

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ