Masthead

କେମିତି ହୋଇଥିଲା ହୃଦୟ ବିଦାରକ ରେଳ ଦୁର୍ଘଟଣା

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ସମୟ ପାଖାପାଖି ୭ଟା । ଡ଼ାଉନ ଲାଇନ ରେ ଆସୁଥିଲା ବାଙ୍ଗାଲୁରୁରୁ ହାୱାଡ଼ା ଯାଉଥିବା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ୍ । ଠିକ୍ ଏହି ସମୟରେ ଅପ ଲାଇନରେ ଆସୁଥିଲା ଶାଲିମାର ହାୱଡ଼ା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ସବୁ ଠିକ୍ ଥିଲା । ଟ୍ରାକ ଚେଞ୍ଜ ପାଇଁ ଟ୍ରାକମ୍ୟାନକୁ କଲ ଆସିଥିଲା । ଏକ ନମ୍ବର ଲାଇନରେ ଠିଆ ହୋଇଥିଲା ମାଲ ଗାଡ଼ି । ଯେଉଁ ଟ୍ରାକରେ ଆସୁଥିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନର ବେଗ ପାଖାପାଖି ୮୦ସ୍ପିଡରେ ଥିଲା । କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ କରମଣ୍ଡଳ ଟ୍ରାକରୁ ଖସିଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା । କରମଣ୍ଡଳର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଅଲଗା ଟ୍ରାକରେ ପଡ଼ିଥିଲା ।

ସେହି ଟ୍ରାକରେ ଆସୁଥିଲା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ । ଲାଇନଚ୍ୟୁତ ହୋଇଥିବା କରମଣ୍ଡଳର ଦୁଇଟି ବଗିକୁ ପୁଣି ଧକ୍କାଦେଇଥିଲା । ଦୁଇଟି ଟ୍ରେନ ମଧ୍ୟରେ ଧକ୍କା ହେବା ପରେ ସବୁଠୁ ବେଶୀ କ୍ଷତିଗସ୍ତ ହୋଇଥିଲା କରମଣ୍ଡଳ । ଇଞ୍ଜିନ ସହିତ ଜେନେରାଲ ଓ ଏସି ବଗି ଓଲଟି ପଡ଼ିଯାଇଥିଲା । ଖାଲି ସେତିକି ନୁହେଁ ବଗି ଉପରେ ବଗି ଚଢି ଯାଇଥିଲାା ବଗିରେ ଥିବା ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । କାହାର ହାତ ଗୋଡ଼ ଛିଡ଼ି ଯାଇଥିଲା ତ କହାର ମୁଣ୍ଡ ଛିଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାର ଚିତ୍ର ଅତ୍ୟନ୍ତ ଭୟଙ୍କର ଥିଲା । ଅନ୍ଧାର ଯୋଗୁଁ କିଛି ଦିଶୁ ନଥିଲା । ଉଦ୍ଧାର କାର୍ଯ୍ୟ ଠିକ ରେ ହୋଇପାରୁ ନଥିଲା ।ପ୍ରାୟ ଦେଢ ଘଂଟା ପରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ଉଦ୍ଧାରକାରୀଦଳଙ୍କ ଭିଡ଼ ଜମି ଥିଲା । ପ୍ରଶାସନ ଓ ବାହାନଗା ରେଳଷ୍ଟେସନ ପକ୍ଷରୁ ଲାଇଟର ବ୍ୟବସ୍ଥା କରାଯାଇଥିଲା । ଲାଇଟ ଆସିବା ପରେ ସେଠାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା । ଯାହା ଦେଖିଲା ପରେ ସମସ୍ତେ ହତବାକ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଆହାତଙ୍କୁ ଉଦ୍ଧାର କରିବାକୁ ଅପ୍ରାଣ ଉଦ୍ୟମ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ 🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ 🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା