Masthead

ଓଡ଼ିଶା ଫେରିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରକୁ ବିମାନ ଯୋଗେ ଆଣିଲା କମିଶନରେଟ ପୋଲିସ । କଡା ସୁରକ୍ଷା ମଧ୍ୟରେ ହାଇଦରକୁ ଆଣାଗଲା ଭୁବନେଶ୍ୱର । ଗୁରୁବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରିଥିଲା କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ । ତେଲେଙ୍ଗାନା ପୁଲିସ ସହାୟତାରେ କମିଶନରେଟ ପୋଲିସଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।

ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ପଚରା ଉଚରା କରାଯିବ । ସେ କେମିତି ଫେରାର ହେଲା , କେଉଁ ବାଟ ଦେଇ ସେ ତେଲେଙ୍ଗାନା ଯାଇଥିଲା, ତାଙ୍କୁ ଏଥିରେ କିଏ ସହାୟତା କରିଥିଲା ସେ ନେଇ ଜେରା କରାଯିବ । ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିବାରେ ହାଇଦ୍ରାବାଦ ସିଟି ପୋଲିସର ଟାସ୍କଫୋର୍ସ ସମେତ ତେଲେଙ୍ଗାନାର କିଛି ପୋଲିସ ଟିମ୍ ସହାୟତା କରିଥିଲେ । ତାକୁ ଧରିବା ପାଇଁ କଟକ ସିଟି ପୋଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା । ଧରାପଡିବା ପରେ କଟକ ପୋଲିସ ହାଇଦରକୁ ଚିହ୍ନଟ କରିଛି ବୋଲି ପୋଲିସ କମିଶନର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ