Masthead

ମୁଁ ଚାହୁଁଛି ବିଜେପି ଶୂନ ହେଉ: ମମତା ବାନାର୍ଜୀ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଏକଜୁଟ ହେବାରେ ଲାଗିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଦଳଗୁଡ଼ିକୁ ଏକଜୁଟ କରିବା ଲକ୍ଷ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ‘ବିଜେପିକୁ ହିରୋରୁ ଜିରୋ ବନାଇବୁ’ । ମୁଁ ନୀତୀଶଙ୍କୁ ଅନୁରୋଧ କରିଛି ଯେ ଜୟପ୍ରକାଶ ଜୀଙ୍କର ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଛି, ତେଣୁ ଆମେ ବିହାରରେ ଏକ ସଭା ମଧ୍ୟ କରିବା ଉଚିତ୍ ।ଆମକୁ ଏକ ବାର୍ତ୍ତା ପଠାଇବାକୁ ପଡିବ ଯେ ଆମେ ସମସ୍ତେ ଏକାଠି ଅଛୁ। ମମତା ଆହୁରି ମଧ୍ୟ କହିଛନ୍ତି, କେଉଁ ଆଧାରରେ ହେବ ତାହା ଠିକ ସମୟରେ ସ୍ଥିର କରାଯିବ।

ମୁଁ ପୂର୍ବରୁ ଏହା କହିସାରିଛି ଯେ ମୋର ଏଥିରେ କୌଣସି ଆପତ୍ତି ନାହିଁ, ମୁଁ ଚାହୁଁଛି ବିଜେପି ଶୂନ ହେଉ। ଆମର କୌଣସି ବ୍ୟକ୍ତିଗତ ଅହଙ୍କାର ନାହିଁ, ଆମେ ଏକାଠି କାମ କରିବାକୁ ଚାହୁଁଛୁ। ନୀତୀଶ କହିଛନ୍ତି, ମମତାଙ୍କ ସହ ଆମର ବହୁତ ପୁରୁଣା ସମ୍ପର୍କ ରହିଛି । ତାଙ୍କ ଶାସନକାଳରେ ହୋଇଥିବା ବିକାଶକୁ ଆମେ ଦେଖିଛୁ । ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ କେବଳ ନିଜ ବିଷୟରେ କଥାବାର୍ତ୍ତା କରନ୍ତି । ଅନ୍ୟ କିଛି ନୁହେଁ, ଏହା ସ୍ବାଧୀନତା ପାଇଁ ଲଢେଇ, ଆମକୁ ସତର୍କ ରହିବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ