Masthead

ସୁପର ଓଭରରେ ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁପର୍ ଓଭର ବିଜୟ ସହ ଭାରତର ସିରିଜ୍ କ୍ଲିନ୍ ସୁଇପ୍। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌କୁ ୩-୦ରେ ଜିତି ନେଇଛି ଭାରତ। ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶେଷ ଓଭର୍‌ରେ ୬ ରନ୍‌ ମଧ୍ୟ କରିପାରିନି ଶ୍ରୀଲଙ୍କା। ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। ଏହାପରେ ସୁପର ଓଭର୍‌ର ସହାୟତା ନିଆଯାଇଥିଲା। ସୁପର ଓଭର୍‌ରେ ଶ୍ରୀଲଙ୍କା ମାତ୍ର ୩ ରନ୍‌ କରିଥିଲା। ଯାହାକୁ ଭାରତ ପ୍ରଥମ ବଲ୍‌ରେ ହିଁ ହାସଲ କରି ନେଇଛି।

ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲରେ ୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲକୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ୟ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଜବାବରେ ଘରୋଇ ଦଳ ଶ୍ରୀଲଙ୍କା ୮ ଓ୍ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ଏହାପରେ ସୁପର ଓଭରର ସହାୟତା ନିଆ ଯାଇଥିଲା। ୱାଶିଂଟନ ସୁନ୍ଦର ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସୂର୍ୟ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା