ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨ ସପ୍ତାହ ସିଜ୍ ଫାୟାର ଘୋଷଣା ପରେ ବଡ ଖବର । ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା । ହର୍ମୁଜ ଉପରେ ଆଂଶିକ କଟକଣା । ଦୈନିକ ହର୍ମୁଜ ଦେଇ ଯାଇପାରିବ ମାତ୍ର ୧୫ ଜାହାଜ । ବିଦେଶର ଅଚଳ ସମ୍ପତ୍ତି ସଚଳ କରିବାକୁ ଇରାନର ଦାବି । ଲେବାନନ ସହ ଆଲୋଚନା ପାଇଁ ଇସ୍ରାଏଲର ଗ୍ରୀନ୍ ସିଗନାଲ୍ । ଯୁୁଦ୍ଧ ପୂର୍ବ ଭଳି ସ୍ଥିତି ଫେରିବ ନାହିଁ । ଆମେରିକା ହର୍ମୁଜ ଖୋଲିବା ନେଇ ଜାରି ରଖିଛି ପ୍ରୟାସ । ନାଟୋକୁ ମିଳିତ ପଦକ୍ଷେପ ପାଇଁ ଟ୍ରମ୍ପଙ୍କ ଆହ୍ୱାନ । ପାକିସ୍ତାନକୁ ପ୍ରତିନିଧି ଦଳ ପଠାଇବ ଇରାନ । ଅନ୍ୟପଟେ ଇରାନ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ବଡ଼ ଅପଡେଟ୍ ।
ଲେବାନନ ସହ ସିଧାସଳଖ ଆଲୋଚନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଲେବାନନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବେରୁତକୁ ସାମରିକୀକରଣ ମୁକ୍ତ କରିବା ପାଇଁ ହୋଇଥିବା ଆହ୍ୱାନକୁ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ହେଉଛି ହିଜବୋଲାକୁ ଅସ୍ତ୍ରମୁକ୍ତ କରିବା ଏବଂ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା । ଲେବାନନ ପକ୍ଷରୁ ବାରମ୍ବାର ଦାବି ପରେ ସେ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ବୋଲି କହିଛନ୍ତି ନେତାନ୍ୟାହୁ । ତେବେ ଇସ୍ରାଏଲର ଏହି ଘୋଷଣା ଉପରେ ଲେବାନନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
