Masthead

ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହତ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ବୃଦ୍ଧଙ୍କୁ ଅଟକାଇ କଟୁରୀରେ ହତ୍ୟା । ଯାଜପୁର ସଦର ଥାନା ଯମଧର ନିକଟରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ସୁରେନ୍ଦ୍ର ବେହେରାକୁ କାବୁ କରି ଅଟକ ରଖିଛି ସଦରଥାନା ପୋଲିସ । ସୂଚନା ଅନୁସାରେ କାଳନ୍ଦୀ ମଲ୍ଲିକ ନିଜ ସହଯୋଗୀଙ୍କ ସହ ସରପଂଚଙ୍କ ଘରୁ ଏକ ଘଟଣାର ସମାଧାନ ଲାଗି ଆସି ନିଜ ଗାଁ ସ୍ୱପ୍ନେଶ୍ବର ପୁର ଯାଉଥିବା ବେଳେ ହତ୍ୟାକାରୀ ସୁରେନ୍ଦ୍ର ବେହେରା ରାସ୍ତା କଡରେ କଟୁରୀରେ ଖଜୁରୀ କାଟୁଥିଲା ।

ଏହି ସମୟରେ ବାଇକକୁ ଅଟକାଇ ପଛରେ ବସିଥିବା କାଳନ୍ଦୀଙ୍କ ବେକକୁ କଟୁରୀରେ ହାଣି ଦେଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ପହଚିଂ ଅଭିଯୁକ୍ତ ସହ କଟୁରୀକୁ କାବୁ କରିଛି । ଅଭିଯୁକ୍ତ ମାନସିକ ବିକୃତ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ପରିବାର ଲୋକ ଓ ପୋଲିସ ସନେ୍ଦହ କରୁଛି । ସାଇଣ୍ଟଫିକ ଟିମର ତଦନ୍ତ ପରେ ପୋଲିସ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ