Masthead

ଝରିଗାଁ କୁହୁରାକୋଟ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ କୁହୁରାକୋଟ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । କୁହୁରାକୋଟ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପ୍ରଶାସନ ଓ ଲୋକ ପ୍ରତିନିଧି ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୁହୁରାକୋଟ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେହିପରି କୁହୁରାକୋଟ ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ କୁହୁରାକୋଟ ଗ୍ରାମରେ ବିଦ୍ୟାଳୟ ସ୍ଥାପନ ହୋଇ ଥିବା ବେଳେ ବିଦ୍ୟାଳୟର ସମସ୍ୟା ପ୍ରତି ଶିକ୍ଷା ବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୬୯ ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଶ୍ରେଣୀ ଗୃହ ମାତ୍ର ଦୁଇଟି ରହିଛି। ଯାହାକି ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ସମସ୍ୟା ହେଉଛି। ସେହିପରି ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ ହୋଇନାହିଁ। ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟ ଚାରିପଟ ଅସ୍ଥାୟୀ ଲୁହାର ପାଚେରୀ ନିର୍ମାଣ କରାଯାଇଛି ।ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନିର୍ବାଚନ ପୂର୍ବରୁ ଏହି ସବୁ ଦାବି ପୂରଣ ନହେଲେ କୁହୁରାକୋଟ ଗ୍ରାମର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ବାଣୁଆଗୁଡା ପଞ୍ଚାୟତର ସବୁ ଠାରୁ ବଡ଼ ଗ୍ରାମ କୁହୁରାକୋଟ । ପଲସଗାଁ ରାଜସ୍ୱ ଗ୍ରାମର ପୋଡା ଗ୍ରାମ ଭାବେ କୁହୁରାକୋଟ ଗ୍ରାମ ଥିବା ବେଳେ ଜନ ସଂଖ୍ୟା ପ୍ରାୟ ୪ ହଜାରରୁ ଅଧିକ ଏବଂ ଭୋଟର ସଂଖ୍ୟା ୨ହଜାରରୁ ଅଧିକ ଅଛନ୍ତି । ତେବେ ଏ ସମ୍ପର୍କରେ ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କୁ ପଚାରିବାରୁ ସେ ରାଜସ୍ବ ଗ୍ରାମ ପାଇଁ ଯାହା ଆବଶ୍ୟକ ସରକାରୀ କାଗଜପତ୍ର ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ସମସ୍ତ କର୍ମଚାରୀ ନିୟୋଜିତ ଥିବାରୁ ଏହି କାର୍ଯ୍ୟଟି ଧିମେଇ ଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!