Masthead

ସୋନିରେ କପିଲଙ୍କ ସୋ’ ଶେଷ, ଆସିବେ ନୂଆ ପ୍ଲାଟଫର୍ମରେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୋନିରେ କପିଲଙ୍କ ସୋ’ଶେଷ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ୍ ମାନେ ନିରାସ ହୋଇ ପଡିଛନ୍ତି। ସବୁବେଳେ ହସାଉଥିବା କମେଡି କିଙ୍ଗ କପିଲ କ’ଣ କେବେ ତାଙ୍କ ଫ୍ୟାନ୍ସ୍ ମାନଙ୍କୁ ନିରାସ କରିପାରିବେ । ତା ତ କେବେ ନୁହେଁ, ତେଣୁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି। ଖୁବଶୀଘ୍ର ନୂଆ ଷ୍ଟାଇଲରେ ନଜର ଆସିବେ କମେଡି କିଙ୍ଗ। କପିଲ ଶର୍ମା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସ ଏକ ଭିଡିଓ ଦେଖିବାକୁ ପାଇବେ ଦର୍ଶକ ।

କପିଲ ଶର୍ମା ନିଜେ ସେହି ଭିଡିଓକୁ ସେୟାର କରି ଲେଖିଛନ୍ତି, ବହୁତ ଦିନ ହୋଇଗଲା ନେଟଫ୍ଲିକ୍ସ, ମୋର କମେଡି ସ୍ପେଶାଲ ଅଡର କେବେ ଆସିବ କୁହ । ନିକଟରେ ସୋନି ଟିଭିରେ ପ୍ରସାରଣ ହେଉଥିବା କପିଲ ଶର୍ମା ସୋ’ ଅଫ ଏୟାର ହୋଇଛି । ସୋ’ ବନ୍ଦ ହେବା ପଛର କାରଣ ନେଇ କପିଲ କହିଛନ୍ତି – ସେ ଟିକେ କାମରୁ ବ୍ରେକ ନେଇଛନ୍ତି । ସେ ତାଙ୍କ ପତ୍ନୀ ଏବଂ ପିଲାଙ୍କ ସହ ସମୟ ବିତେଇବାକୁ ଚାହାନ୍ତି । ସେ ଖୁବ ଶୀଘ୍ର ଫେରିବେ ବୋଲି କହିଛନ୍ତି । ଗତ କିଛି ଦିନ ତଳେ କପିଲ ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ଅନାୟରାଙ୍କ ସହ ଏକ ଫୋଟ ସେୟାର କରିଥିଲେ । ତାଙ୍କର ସେହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ