Masthead

ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ, ମେହେବୁବାଙ୍କ ସାଙ୍ଘାତିକ ବୟାନ

ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ, ମେହେବୁବାଙ୍କ ସାଙ୍ଘାତିକ ବୟାନ

ଶ୍ରୀନଗର(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦକୁ ପୂରିଲା ୪ ବର୍ଷ । ଠିକ୍ ୪ ବର୍ଷ ପୂର୍ବେ ଆଜିର ଦିନରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିଲା ଧାରା ୩୭୦। ତେବେ ଉଚ୍ଛେଦ ହେବା ଦିନ ଠାରୁ ହିଁ ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ୨୦୧୯ ଅଗଷ୍ଟ ୫ରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରାଯାଇଥିଲା। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଥିଲେ।

ଏବେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ। ଆଜି ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଥିବା ବେଳେ ଏକ ବଡ଼ ଦାବି କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଆଜି ସକାଳେ ତାଙ୍କୁ ଓ ପିଡିପିର ଅନେକ ନେତାଙ୍କୁ ଜାମ୍ମୁ-କାଶ୍ମୀର ପୋଲିସ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ସେ ଦାବି କରିଛନ୍ତି । ମେହବୁବା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଗୃହବନ୍ଦୀ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଅନେକ ବରିଷ୍ଠ ପିଡିପି ନେତାଙ୍କ ସମେତ ମୋତେ ଗୃହବନ୍ଦୀ କରି ରଖାଯାଇଛି।”

ମେହବୁବା ତାଙ୍କ ଘର ଗେଟ୍‌ରେ ତାଲା ପଡ଼ିଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି। ଧାରା ୩୭୦ ହଟିବା ସାଙ୍ଗକୁ ଜମ୍ମୁ-କଶ୍ମୀର ଠାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ତେବେ ବର୍ଷ ପୂର୍ତ୍ତି ଅବସରରରେ ଲେକମାନେ ନିଜର ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରୟାସ କରିଥିଲେ । ହେଲେ ସରକାର ବଳ ପ୍ରୟୋଗ କରି ସେମାନଙ୍କ ସ୍ୱର ବନ୍ଦ କରିବାକୁ ଚେଷ୍ଟା କରିଥିବା ମେହବୁବା କହିଛନ୍ତି। ସେ କହିଛନ୍ତି, “ମଧ୍ୟରାତ୍ର ପରେ ପ୍ରଥମେ ଚଢ଼ଉ କରି ମୋ ଦଳର ଅନେକ ଲୋକଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯିବା ପରେ ଗୃହବନ୍ଦୀ କରାଯାଇଥିଲା। ତେବେ ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ୱାଭାବିକ ଥିବା

ନେଇ ଭାରତ ସରକାର ସୁପ୍ରିମକୋର୍ଟରେ ଯେଉଁ ଦାବି କରୁଛନ୍ତି, ତା’ର ଅସଲ ଚେହେରା ପଦାରେ ପଡ଼ିଛି। ଗୋଟିଏ ପଟେ ବେଆଇନ ଭାବେ ଉଚ୍ଛେଦ ହୋଇଥିବା ଧାରା ୩୭୦ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ବଡ଼ବଡ଼ ହୋର୍ଡିଂ ଲଗାଇ କଶ୍ମୀରବାସୀଙ୍କୁ ଆହ୍ୱାନ ଦିଆଯାଇଥିବା ବେଳେ ଅନ୍ୟପଟେ କଶ୍ମୀରବାସୀଙ୍କ ବାସ୍ତବ ଭାବାବେଗକୁ ଫୋର୍ସ ଲଗାଇ ଚାପି ଦିଆଯାଉଥିବା କହିଛନ୍ତି ମେହେବୁବା। ତାଙ୍କ ଦଳ ପିଡିପି ଦାବି କରିଛି ଯେ ସେମାନେ ଧାରା ୩୭୦ ଉଚ୍ଛେଦର ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଶାନ୍ତିପୂର୍ଣ୍ଣ କାର୍ୟ୍ୟକ୍ରମ ପାଇଁ ଅନୁମତି ମାଗିଥିଲେ।

କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ଏହାପରେ ରାତି ପ୍ରାୟ ୩.୦୩ରେ ପୋଲିସ ପିଡିପି ନେତାଙ୍କ ଠିକଣାରେ ଚଢ଼ାଉ କରିଥିଲା। ପୂର୍ବତନ ମନ୍ତ୍ରୀ ଅବଦୁଲ ରେହମାନ ବୀରି, ନୟିମ ଅଖତର ଓ ଆସିୟା ନକାଶ, ପିଡିପିର ସାଧାରଣ ସମ୍ପାଦକ ଗୁଲାମ ନହି ଲୋନ ହନଜୁରା, ସାଧାରଣ ସମ୍ପାଦକ ମେହବୁବ ବେଗ ଓ ବଡ଼ଗାମର ଜିଲ୍ଲା ସଭାପତି ୟାସିନ ଭଟଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା କହିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !