ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚହଳ ସୃଷ୍ଟି କରିଛି ଭୁବନେଶ୍ୱର ଡିସିପିଙ୍କ ଇସ୍ତଫା ଘଟଣା । କାହିଁକି ଇସ୍ତଫା ଦେଲେ ସ୍ମାଟସିଟି ଡିସିପି ? କିଏ ବାଧ୍ୟ କଲା ନା ନିଜର ବାଧ୍ୟବାଧକତା ରହିଛି । ବ୍ୟକ୍ତିଗତ କାରଣ ପଛର ରହସ୍ୟ କଣ? ପରିବାର ନା ଚାକିରି ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା । ଯେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି ସେତେବେଳେ ହଠାତ୍ ଯୁବ ଆଇପିଏସ୍ ଚାକିରି ଛାଡିବାର ନିଷ୍ପତ୍ତି ନେବା ସହଜରେ ହଜମ ହେଉନାହିଁ । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି । ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ଜଗମୋନ । ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ୱର ଡିସିପି ଭାବେ ଯୋଗ ଦେଇଥିଲେ ମୀନା । ପୂର୍ବରୁ କଟକ ଡିସିପି ସହ ଅନୁଗୁଳ ଏବଂ ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି । ଏହି ଯୁବ ଆଇପିଏସ୍ ଜଗମୋହନ ମୀନାଙ୍କ ବୟସ ମାତ୍ର ୩୭ ବର୍ଷ । ଆଉ ଏତିକି ବର୍ଷରେ ହଠାତ୍ ଡିସିପି ପଦରୁ କାହିଁକି ଦେଲେ ଇସ୍ତଫା ଆଲୋଚନା ବିଷ୍ୟ ପାଲଟିଥିବା ବେଳେ ସୂଚନା ମୁତାବକ,ଗଲା ୨୫ଦିନ ପୂର୍ବରୁ ସେ ଏହି ଇସ୍ତଫା ପତ୍ର ବିଭାଗକୁ ପଠାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ ।
ସେପଟେ ଜଗମୋହନଙ୍କ କହିବା ଅନୁଯାୟୀ ମୁଁ ମନସ୍ଥ କରିସାରିଛି ପୋଲିସ ଚାକିରିକୁ ଛାଡି ଏକ ଘରୋଇ କମ୍ପାନୀରେ ଯୋଗ ଦେବି । ଏହା ମୋର ବ୍ୟକ୍ତିଗତ କାରଣ । ଏଥିରେ କୌଣସି ଚାପ ନାହିଁ । ଓଡ଼ିଶାବାସୀ ମୋତେ ବହୁତ ଭଲ ପାଇବା ଦେଇଛନ୍ତି । ମୀନାଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ, ସେ ଜଣେ ଆଇଆଇଟି ଷ୍ଟୁଡେଣ୍ଟ । ତାଙ୍କ ପୋଲିସ କ୍ୟାରିୟରରେ ୨୦୧୯ରେ ପୋଲିସ ମେଡାଲ ଗାଲେଣ୍ଟେରି ଆୱାର୍ଡ, ୨୦୨୧ରେ ପୋଲିସ ଆନ୍ତରିକ ସୁରକ୍ଷା ସେବା ପଦ ଏବଂ ୨୦୨୪ରେ ଗଭର୍ଣ୍ଣର ମେଡାଲ ଆୱାର୍ଡ ହାତେଇଛନ୍ତି । ୨୦୧୩ରୁ୨୦୨୬ ମସିହା ଅର୍ଥାତ ୧୩ବର୍ଷ ଚାକିରି ଭିତରେ ଏମିତି ଅନେକ ଆୱାର୍ଡ ପାଇସାରିଲେଣି । ଚର୍ଚ୍ଚା ହେଉଛି କି ଭୁବନେଶ୍ୱରରେ ଡିସିପି ହେବା ପାରେ ସେ ନିଜକୁ ବହୁ ଚାପଗ୍ରସ୍ତ ଅନୁଭବ କରୁଥିଲେ । ଏମିତିକି କୁଆଡେ ବାରମ୍ବାର ଗୃହ ବିଭାଗ, ମୁଖ୍ୟ ଶାସନ ସଚିବଙ୍କ ଦପ୍ତର ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏଁ ମୀନା ତାଙ୍କର ସମସ୍ୟା ବାବଦରେ ଅବଗତ କରିଛନ୍ତି । ଏହିଭଳି ଅଧିକାରୀ ମାନଙ୍କ ଇସ୍ତଫା ପ୍ରକ୍ରିୟା ହେଉଛି କି, ଜଣେ ଆଇପିଏସ୍ ସ୍ତରର ଅଧିକାରୀ ଇସ୍ତଫା ପତ୍ର ନିଜର ପ୍ରଥମେ ରାଜ୍ୟ ସରକାରଙ୍କୁ ପଠାଇ ଥାଆନ୍ତି । ତା ପର ମୁର୍ହୂତ୍ତରେ ରାଜ୍ୟ ସରକାର ଏହାକୁ ବୋର୍ଡ ନିକଟକୁ ପଠାଇଥାନ୍ତି । ଇସ୍ତଫାର ପ୍ରକୃତ କାରଣ ସେଥିରେ ଦର୍ଶାଯାଇଥାଏ । ଯଦି ସରକାରୀସ୍ତରରେ କିଛି ସମସ୍ୟା ଥାଏକୁ ତର୍ଜମା କରାଯାଏ । ପରେ ବୋର୍ଡ ହିଁ ଇସ୍ତଫା ପତ୍ରକୁ ଗ୍ରହଣ କଲା ପରେ ସେଥିରେ ଅନୁମୋଦନ ଦେବା କ୍ଷଣି ତାଙ୍କୁ ପଦରୁ ମୁକ୍ତ କରାଯାଇଥାଏ ।
