କୈଳାଶ ମାହତୋଙ୍କୁ ଗୁଳି କରି ହତ୍ୟା

ବିହାର(ବଡ଼ ଖବର ବ୍ୟୁରୋ): ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା । ଜେଡିୟୁ ନେତା କୈଳାଶ ମାହତୋଙ୍କର ଗୁଳିମାଡ଼ରେ ମୃତ୍ୟୁ ଘଟିଛି । କିଛି ଦୁର୍ବୃତ୍ତ କୈଳାଶ ଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୈଳାଶଙ୍କ ଉପରକୁ ୪-୫ ରାଉଣ୍ଡ ଗୁଳି ଚଳାଯାଇଥିବା କୁହାଯାଉଛି । ବିହାରର କାଥିହାର ସ୍ଥିତ ବରାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ବରାରି ଥାନା ଅଞ୍ଚଳ କୃଷି ଫାର୍ମ ନିକଟରେ ଦୁଇଜଣ ବ୍ୟକ୍ତି ମୋଟରସାଇକେଲରେ ଆସି କୈଳାଶଙ୍କ ଉପରକୁ ଗୁଳି ଚଳାଇଥିଲେ । ନିତୀଶ କୁମାରଙ୍କ ସରକାରରେ ନିଜ ନେତାଙ୍କୁ ସୁରକ୍ଷା ମିଳୁନଥିବା ନେଇ ବିରୋଧୀଦଳର ନେତାମାନେ ନିତୀଶ କୁମାରଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ରାଜନୈତିକ ହତ୍ୟା ନୁହେଁ ବୋଲି କୁହାଯାଉଥିବା ବେଳେ ହତ୍ୟାକାରୀ କିନ୍ତୁ ପଫେସନାଲ କିଲର ଭଳି ଗୁଳି କରିଥିବା କଥା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!