Masthead

ଲକଡାଉନକୁ ବର୍ଷେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲକଡାଉନକୁ ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ(ମାର୍ଚ୍ଚ ୨୫) ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଥିଲା। ୨୪ ତାରିଖରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ । ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିବାରୁ ଲକଡାଉନ ମେ’ ୩୧ ପର୍ଯ୍ୟନ୍ତ ଜାରି ରହିଥିଲା। ଲକଡାଉନକୁ ବର୍ଷେ ପୂରୁଥିବା ବେଳେ ଦେଶରେ ପୁଣିଥରେ ଲକଡାଉନର ଭୟ ସୃଷ୍ଟି ହେଲାଣି। ପୁଣିଥରେ ଲକଡାଉନକୁ ନେଇ ଲୋକଙ୍କ ମନରେ ଏକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

ଲଗାତାର ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି ଏବଂ ଦୈନିକ ସଂକ୍ରମଣ ଏବେ ୫୦ ହଜାର ମୁହାଁ ହୋଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ସର୍ବାଧିକ ୪୭,୨୬୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୩୨ ଦିନରେ ଏହା ସର୍ବାଧିକ ସଂକ୍ରମଣ। ଗତବର୍ଷ ନଭେମ୍ବର ୧୨ ତାରିଖରେ ଶେଷ ଥର ପାଇଁ ସଂକ୍ରମଣ ମାମଲା ୪୭,୯୦୫ ଥିଲା। ତେବେ ୧୪ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିଚାଲିଛି।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୭,୩୪,୦୫୮ ପହଞ୍ଚିଛି। ସକ୍ରିୟ ମାମଲା ମଧ୍ୟ ୩,୬୮,୪୫୭କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣଙ୍କ କୋରନାରେ ମୃତ୍ୟୁ ହୋଇଛି। ଏହା ଚଳିତ ବର୍ଷର ସର୍ବାଧିକ କରୋନା ମୃତ୍ୟୁ। ସଂକ୍ରମଣ ବଢ଼ିବାରୁ ଦେଶରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଦେଶରେ ୫ କୋଟିରୁ ଅଧିକ ଲୋକ ଟିକା ନେଲେଣି। ମୋଟ ୫,୦୦,୭୫,୧୬୨ ଜଣ ଟିକା ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଟିକା କୋଭିସିଲଡ ସଂପୂର୍ଣ୍ଣ ନିରାପଦ ଏବଂ ଭାରତରେ ଏହି ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ବ୍ଲଡ୍‌ କ୍ଲଟିଂ ମାମଲା ଦେଖିବାକୁ ମିଳିନାହିଁ ବୋଲି ଗୁରୁବାରକେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ