Masthead

ଆଗକୁ ପଡ଼ିପାରେ ବିହାର ପାଳି !

ବିହାର  (ବଡ଼ ଖବର ବ୍ୟୁରୋ): ଅଜିତ ପାୱାର ସିନ୍ଦେ ଗୋଷ୍ଠୀରେ ଯୋଗ ଦେବା ପରେ ମହାରାଷ୍ଟ୍ର ରାଜନୀତି ହଲଚଲ ହୋଇଯାଇଛି । ଦଳର ସିନିଅର ପାୱାରଙ୍କୁ ଲାଗିଛି ଝଟକା । ତେବେ ମହାରାଷ୍ଟ୍ର ପରେ ଏବେ ନିଶାନାରେ ରହିଛି ବିହାର । ଶିବସେନା ଦୁଇ ଫାଳ ହୋଇଯିବା ପରେ ଏବେ ଏନସିପିରେ ଫାଟ ହୋଇଛି । ଆଗକୁ ବିହାର ପାଳି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ବିରୋଧୀ ଦଳଙ୍କୁ ଏକାଠି କରିବା ଉଦ୍ୟମ ଚଳାଇଥିବା ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପାନେ ଚଖାଇବା ପାଇଁ ଏହି ଦଳରେ ବିଭାଜନ ଘଟାଇବା ଉଦ୍ୟମ ଚାଲିଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ଏଭଳି କହିଛନ୍ତି। ବିଜେପି ନେତା ସୁଶୀଲ କୁମାର ମୋଦି ମଧ୍ୟ ସମାନ ସୂଚନା ଦେଇଛନ୍ତି। ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଉପେନ୍ଦ୍ର କୁଶୱା ଜେଡି(ୟୁ) ଛାଡ଼ି ନିଜର ଦଳ ଗଠନ କରିଛନ୍ତି।

ଏବେ ଜିତନ୍ ରାମ ମାନ୍‌ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମଧ୍ୟ ନୀତୀଶଙ୍କ ହାତ ଛାଡ଼ିଛି। ସମ୍ପ୍ରତି ଜେଡି(ୟୁ) ଓ ଲାଲୁ ଯାଦବଙ୍କ ଆରଜେଡି ମଧ୍ୟରେ ମିଶ୍ରଣ ପାଇଁ ନୀତୀଶ ଉଦ୍ୟମ ଚଳାଇଛନ୍ତି। ନୀତୀଶ ଦଳକୁ ଏକାଠି ରଖିବା ପାଇଁ ପ୍ରତ୍ୟେକ ବିଧାୟକଙ୍କୁ ଜଣଜଣ କରି ଭେଟୁଛନ୍ତି। ଏପରିସ୍ଥଳେ ଶିବସେନା ଓ ଏନ୍‌ସିପି ଭଳି ଜେଡି(ୟୁ)ରେ ବିଭାଜନ ହେବ ବୋଲି ଉପରୋକ୍ତ ଦୁଇ ବିଜେପି ନେତା କହିଛନ୍ତି। ନୀତୀଶ କୁମାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବା ପରଠାରୁ ଗତ ୧୦ ମାସ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୫ ଥର ବିହାର ଗସ୍ତ କରିଛନ୍ତି। ପ୍ରତିଥର ଶାହ ତାଙ୍କ ବିହାର ଗସ୍ତ ସମୟରେ ଭାଷଣ ଦେବାବେଳେ ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ବିଜେପିର ଦ୍ବାର ନୀତୀଶଙ୍କ ପାଇଁ ସବୁଦିନ ଲାଗି ବନ୍ଦ ବୋଲି କହିଛନ୍ତି। କୁହାଯାଉଛି ଯେ ଦୁର୍ନୀତି ଉପରେ ଫୋକସ୍ କରି ବିଜେପି ନୀତୀଶଙ୍କୁ ପୁଣିଥରେ ଏନଡିଏ ମେଣ୍ଟକୁ ଫେରାଇ ଆଣିପାରିବ।

୨୦୧୭ରେ ମଧ୍ୟ ବିଜେପି ତେଜସ୍ବୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାପରେ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ବିଜେପି ସହ ମେଣ୍ଟ କରିଥିଲେ। ଏବେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଉଠିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ଲାଲୁ, ରାବଡି ଏବଂ ତେଜସ୍ବୀ ଯାଦବଙ୍କ ନାଁ ରହିଛି। ଯଦି ଆଗକୁ ତେଜସ୍ବୀ ଏହି ମାମଲାରେ ଗିରଫ ହୁଅନ୍ତି ତେବେ ନୀତୀଶ କୁମାର ଏହାପରେ ମହାମେଣ୍ଟରୁ ଓହରିଯିବାପାଇଁ ବାଧ୍ୟ ହେ‌ବେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ପାଟନାରେ ବିରୋଧୀ ବୈଠକକୁ ନେଇ ଆର୍‌ଜେଡି ସନ୍ତୁଷ୍ଟ ନାହିଁ। ବିରୋଧୀ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ହୋଇଛି। ଏହାକୁ ଲାଲୁ ଏବଂ ତେଜସ୍ବୀ ସହଜରେ ଗ୍ରହଣ କରିନାହାନ୍ତି। ସେମାନଙ୍କର ଲକ୍ଷ୍ୟ ନୀତୀଶ କୁମାର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ। ଏହାଦ୍ବାରା ତେଜସ୍ବୀ ବିହାରର ମୁଖ୍ୟମନ୍ତ୍ରୀ ହୋଇପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ