Masthead

ମମିତା ମୃତ୍ୟୁ ମାମଲା: ଗୋବିନ୍ଦ କୋଭିଡ୍ ଟେଷ୍ଟ ସସପେନ୍ସ

(ବଡ଼ ଖବର ବ୍ୟୁରୋ):   ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଏହି ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ଗତ ୧୭ ତାରିଖ ସନ୍ଧ୍ୟାରେ ଟିଟିଲାଗଡ ପୋଲିସ ପାଖରୁ ଖସିଯାଇଥିଲା । ତେବେ ଟିଟିଲାଗଡ ମେଡିକାଲ ରେଜିଷ୍ଟର କିନ୍ତୁ ଅଲଗା କହୁଛି । ଟିଟିଲାଗଡ ମେଡିକାଲ ତଥ୍ୟ ଅନୁସାରେ ୧୮ ତାରିଖରେ ଗୋବିନ୍ଦର କରୋନା ଟେଷ୍ଟ ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଗୋବିନ୍ଦ ସାହୁ ୧୭ ତାରିଖରେ ପୋଲିସ ବାରାକରୁ ଫେରାର ଥିବା ବେଳେ ୧୯ ତାରିଖରେ ଆଖୁ ବାଡିରୁ ଧରା ପଡିଲା କେମିତି । ତାର ୧୮ ତାରିଖରେ କୋଭିଡ ଟେଷ୍ଟ ହେଲା କେମିତି ।

ସେପଟେ ଏହି କଥାକୁ ନେଇ ଏସଡିଏମଓ କହିଛନ୍ତି, ପ୍ରକୃତ ଟେଷ୍ଟିଂ ରେଜିଷ୍ଟରରେ ୧୭ ତାରିଖ ଏଣ୍ଟ୍ରି ହୋଇଛି । ତେବେ ସେଦିନର ଟାର୍ଗେଟ ଫୁଲ ହୋଇଯାଇଥିବାରୁ ୧୮ ତାରିଖରେ ଏଣ୍ଟ୍ରି କରାଯାଇଛି । କିନ୍ତୁ ଗୋବିନ୍ଦର ଟେଷ୍ଟ ୧୭ ତାରିଖରେ କରାଯାଇଛି । ସୂଚନା ଅନୁଯାୟୀ ହାତ ଧୋଇବା ବାହାନା କରି ପୋଲିସ ବାରାକରୁ ଫେରାର ହୋଇଯାଇଥିଲା ଗୋବିନ୍ଦ । ପୋଲିସ ତାକୁ ଅନେକ ଖୋଜା ଖୋଜି କରିଥିଲା ଆଉ ପରେ ଆଖୁ ବାଡିରୁ ଧରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା