Masthead

‘ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ ଉପହାସ କରିଛନ୍ତି। ସେ କହିଛନ୍ତି ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ । ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ ସେ କହିଥିଲେ ନରସିଂହ ରାଓ ଦେଶର ପ୍ରଥମ ବିଜେପି ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ପୁସ୍ତକ ଉନ୍ମୋଚନ ଉପରେ ହୋଇଥିବା ଆଲୋଚନାରେ ଆୟର କହିଛନ୍ତି ନରସିଂହ ରାଓ ଜଣେ ସାମ୍ପ୍ରଦାୟିକ ତଥା ହିନ୍ଦୁତ୍ୱବାଦୀ ନେତା ଥିଲେ।

ସେତିକି ନୁହେଁ ଆୟର୍‌ ନରସିଂହ ରାଓଙ୍କ ସହ ତାଙ୍କ ବାର୍ତ୍ତାଳାପ ବିଷୟରେ ମଧ୍ୟ କହିଛନ୍ତି । ମଣିଶଙ୍କର ଆୟର କହିଛନ୍ତି ଥରେ ମୁଁ ପି.ଭି ନରସିଂହ ରାଓଙ୍କ ସହ ରାମ-ରହିମ ଯାତ୍ରା କରିଥିଲି। ସେହି ସମୟରେ ରାଓ କହିଥିଲେ, ଏହି ଯାତ୍ରାରେ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଧର୍ମନିରପେକ୍ଷ ହେବାର ସଂଜ୍ଞା ଉପରେ ତାଙ୍କର ଆପତ୍ତି ରହିଥିଲା। ଆୟର କହିଛନ୍ତି ଯେତେବେଳେ ମୁଁ ତାଙ୍କୁ ପଚାରିଲି ମୋର ସଂଜ୍ଞା ସହିତ ଅସୁବିଧା କ’ଣ? ସେ କହିଥିଲେ ମଣି ତୁମେ ବୁଝୁନାହଁ ଏହା ଏକ ହିନ୍ଦୁ ଦେଶ। ମୁଁ ଚେୟାରରେ ବସି ଯାଇଥିଲା। ତାଙ୍କୁ କହିଥିଲି ବିଜେପି ମଧ୍ୟ ସମାନ କଥା କହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା