Masthead

‘ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଉପରେ ଉପହାସ କରିଛନ୍ତି। ସେ କହିଛନ୍ତି ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ନରସିଂହ ରାଓ । ତାଙ୍କ ଆତ୍ମଜୀବନୀ ପୁସ୍ତକ ମେମୋୟର୍ସ ଅଫ ଏ ମାଭେରିକ ରିଲିଜ ହେବାବେଳେ ସେ କହିଥିଲେ ନରସିଂହ ରାଓ ଦେଶର ପ୍ରଥମ ବିଜେପି ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ପୁସ୍ତକ ଉନ୍ମୋଚନ ଉପରେ ହୋଇଥିବା ଆଲୋଚନାରେ ଆୟର କହିଛନ୍ତି ନରସିଂହ ରାଓ ଜଣେ ସାମ୍ପ୍ରଦାୟିକ ତଥା ହିନ୍ଦୁତ୍ୱବାଦୀ ନେତା ଥିଲେ।

ସେତିକି ନୁହେଁ ଆୟର୍‌ ନରସିଂହ ରାଓଙ୍କ ସହ ତାଙ୍କ ବାର୍ତ୍ତାଳାପ ବିଷୟରେ ମଧ୍ୟ କହିଛନ୍ତି । ମଣିଶଙ୍କର ଆୟର କହିଛନ୍ତି ଥରେ ମୁଁ ପି.ଭି ନରସିଂହ ରାଓଙ୍କ ସହ ରାମ-ରହିମ ଯାତ୍ରା କରିଥିଲି। ସେହି ସମୟରେ ରାଓ କହିଥିଲେ, ଏହି ଯାତ୍ରାରେ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ଧର୍ମନିରପେକ୍ଷ ହେବାର ସଂଜ୍ଞା ଉପରେ ତାଙ୍କର ଆପତ୍ତି ରହିଥିଲା। ଆୟର କହିଛନ୍ତି ଯେତେବେଳେ ମୁଁ ତାଙ୍କୁ ପଚାରିଲି ମୋର ସଂଜ୍ଞା ସହିତ ଅସୁବିଧା କ’ଣ? ସେ କହିଥିଲେ ମଣି ତୁମେ ବୁଝୁନାହଁ ଏହା ଏକ ହିନ୍ଦୁ ଦେଶ। ମୁଁ ଚେୟାରରେ ବସି ଯାଇଥିଲା। ତାଙ୍କୁ କହିଥିଲି ବିଜେପି ମଧ୍ୟ ସମାନ କଥା କହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା