Masthead

ଭୂତକୋଠି ପାଲଟିଛି ଡାକ୍ତରଖାନା

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ନାମକୁ ମାତ୍ର ପ୍ରାଣୀ ଚିକିତ୍ସାଳୟ । ଏଠାକୁ ନା ଆସୁଛନ୍ତି ଡାକ୍ତର ନା ହେଉଛି ଚିକିତ୍ସା । ପ୍ରାଣୀ ଚିକିତ୍ସାଳୟ ପାଲଟିଯାଇଛି ଭୁତକୋଠି । ଦୀର୍ଘ ଦିନହେବ ପ୍ରାଣୀ ଚିକିତ୍ସାଳୟର ଅବସ୍ଥା ଶୋଚନୀୟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସାଳୟ ଏବେ ପାଲଟିଛି ଭୂତକୋଠି । ମେଡିକାଲର ଚତୁପାଶ୍ୱର୍ରେ ସମ୍ପୁର୍ଣ୍ଣ ଘଞ୍ଚ ଜଙ୍ଗଲ ଓ ଅରଣ୍ୟରେ ପରିପୂର୍ଣ୍ଣ । ସାଧାରଣ ଗରିବ ଲୋକମାନେ ସରକାରୀ ପଶୁ ଚିକିତ୍ସାଳୟ ରୁ ବଞ୍ଚିତ ହେଉଥିବାରୁ ପ୍ରାଇଭେଟ ଡାକ୍ତର ମାନଙ୍କ ନିକଟରେ ଗାଈ ଗୋରୁଙ୍କୁ ଅଧିକ ଖର୍ଚ୍ଚରେ ଚିକିତ୍ସା କରିବାକୁ ବାଧ୍ୟ୍ୟ ହେଉଛନ୍ତି ଲୋକେ । ବର୍ତମାନ ଉକ୍ତ ଡାକ୍ତରଖାନାଟି ଭୂତକୋଠି ରେ ପରିଣତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଏହି ଡାକ୍ତରଖାନା ଅଧିନରେ ବିଭିନ୍ନ ଗାଁର ଲୋକନିର୍ଭର କରନ୍ତି । କିନ୍ତୁ ଏ ବିଷୟରେ ଆମେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ ପ୍ରତିକ୍ରିୟାରେ ସେ କହିଥିଲେ ଅସ୍ତରଙ୍ଗ ବ୍ଲକରେ ଦଶ ଟି ପ୍ରାଣୀ ଚିକିତ୍ସାଳୟ ରହିଛି । ଆଳସାହି ପ୍ରାଣୀ ଚିକିତ୍ସାଳୟ ହେବାଦିନ ଠାରୁ କୋଣସି ଡାକ୍ତର ପୋଷ୍ଟିଙ୍ଗ ହୋଇନାହିଁ । କିନ୍ତୁ ସୁଧୀର କୁମାର ରାଉତଙ୍କୁ ତିନୋଟି କେନ୍ଦ୍ରର ଚାର୍ଜ ଦିଆଯାଇଛି କିନ୍ତୁ ଏଠାରେ ଚାର୍ଜରେ ଥିବା ଡାକ୍ତର କେତେ ବେଳେ ଆସନ୍ତି ତାହା କେହି କେବେ ଦେଖିନାହାନ୍ତି । ଅନ୍ୟପଟେ ବର୍ତ୍ତମାନ ବର୍ଷା ଦିନ ଚାଲୁଥିବାରୁ ଗାଈ, ଗୋରୁଙ୍କୁ ବିଭିନ୍ନ ରୋଗ ଦେଖାଯାଉଥିବାବେଳେ ଏ ସମ୍ପର୍କରେ ଜନ ସାଧାରଣ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ୍ୟ ସରକାରୀ ସ୍ତରରୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ