Masthead

ପୁଣି ବିବାଦ ଘେରରେ ବିଧାୟକ

ପାଟଣାଗଡ(ବଡ଼ ଖବର ବ୍ୟୁରୋ): ପୁଣି ବିବାଦ ଘେରରେ ବିବାଦୀୟ ବିଧାୟକ ସରୋଜ ମେହେର। ବଲାଙ୍ଗିର ସାଂସଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଏନେଇ ଖପ୍ରାଖୋଲ ଥାନାରେ ଏତଲା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ପ୍ରବୀଣ କୁମାର ଅଗ୍ରୱାଲ । ଗତକାଲି ଖପ୍ରାଖୋଲ ବ୍ଲକ ମିଟିଂରେ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ବିରୋଧରେ ଖରାପ ଭାଷା ପ୍ରୟୋଗ କରିଥିଲେ ବିଧାୟକ ସରୋଜ। ଏପରିକି ସାଂସଦଙ୍କୁ କୁକୁର ବୋଲି କହିଥିବା ଏତଲାରେ ଉଲ୍ଲେଖ ରହିଛି।

ତେବେ ପ୍ରଶାସନିକ ବୈଠକରେ ଏଭଳି ଅଶୋଭନୀୟ ଭାଷା ପ୍ରୟୋଗ କରି ନାରୀ ଜାତି ପ୍ରତି ଅସମ୍ମାନ କରଯାଇଛି। ବିଜେଡ଼ି ସରକାର ମା କୁ ସମ୍ମାନ ନାରା ଦେଉଥିବା ବେଳେ ଶାସକ ଦଳର ଖୋଦ୍ ଉପମୁଖ୍ୟ ସଚେତକ ସରୋଜ ମେହେର ନାରୀ ନେତ୍ରୀଙ୍କୁ ଅସମ୍ମାନ ଦେଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ତେଣୁ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। କେବଳ ସାଂସଦ ନୁହନ୍ତି ମିଟିଂରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ବିଧାୟକ ସରୋଜ ମେହେର। ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ତଡ଼ି ଦେଇଥିଲେ ବିଧାୟକ । ଏହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ବ୍ଲକ୍ ଅଫିସ୍ ଆଗରେ ବିଧାୟକଙ୍କ ବିରୋଧରେ ଆନ୍ଦୋଳନରେ ବସିବେ।

ଏଠି ପ୍ରଶ୍ନ ଉଠୁଛି, ଖପ୍ରାଖୋଲ ବ୍ଲକର ଦୁର୍ନୀତି ଘୋଡାଇବା ପାଇଁ ମିଟିଂରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଡ଼ିଛନ୍ତି ବିଧାୟକ ସରୋଜ ମେହେର। ନା ସାଂସଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଯୋଜନା ଧରାପଡିଯିବା ଭୟରେ ସାମ୍ବାଦିକଙ୍କୁ ତଡ଼ିଥିଲେ। କାରଣ ଯାହା ବି ହେଉ ଜଣେ ମହିଳା ନେତ୍ରୀଙ୍କ ପ୍ରତି ବିଧାୟକଙ୍କ ଏଭଳି    ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସୂଚନାଯୋଗ୍ୟ ଯେ, ବିଧାୟକ ଭାବେ ଜିତୁ ଜିତୁ ବିବାଦୀୟ ହୋଇ ପଡ଼ିଥିଲେ ସରୋଜ ମେହେର। ଜଣେ ଆଦିବାସୀ ଜେଇଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ କରାଇ ଜେଲ ଯାଇଥିଲେ ସରୋଜ ମେହେର। ଏବେ ସଂଗୀତା ସିଂଦେଓଙ୍କୁ କୁକୁର ଆଖ୍ୟା ଦେଇ ଅକଳରେ ପଡିଛନ୍ତି ସରୋଜ ମେହେର। ଏବଂ ବିଧାୟକ ସରୋଜ ମେହେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖପ୍ରାଖୋଲ ଥାନାରେ ଏତଲା ଦିଆଯାଇଛି। ସେପଟେ ଏନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳପାରିନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ