Masthead

ମିଳୁନି ଅମୃତପାଲର ପତ୍ତା, ଆଜି ବି ଇଣ୍ଟରନେଟ ସେବା ବନ୍ଦ

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ମିଳୁନି ଖଲିସ୍ତାନବାଦୀ ନେତା ଅମୃତପାଲ ସିଂର ପତ୍ତା । ସର୍ଚ୍ଚ ଅପରେସନ ଜାରି ରଖିଛି ପଞ୍ଜାବ ପୋଲିସ । ସେପଟେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କାରେ ଆଜି ବି ଇଣ୍ଟରନେଟ ସେବା ବାତିଲ କରାଯାଇଛି । ୨ଏ, ୩ଏ, ୪ଏ, ୫ଏ, ସିଡିଏମଏ, ଜିପିଆରଏ, ବ୍ୟାଙ୍କିଙ୍ଗ ଓ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ପ୍ରକାର ମୋବାଇଲ ସେବାକୁ ବାତିଲ କରିଦିଆଯାଇଛି । ଉଭୟ ପଞ୍ଜାବ ଓ ହିମାଚଳପ୍ରଦେଶରେ ନିରାପତ୍ତା କଡ଼ାକଡ଼ି କରାଯାଇଛି ।

ସେପଟେ ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ୍ କହିଛନ୍ତି ଏହି ସମସ୍ତ ଘଟଣା ପଛରେ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୪ ଜଣଙ୍କୁ ଗିରଫ କରାଗଲାଣି । ଅମୃତପାଲକୁ ଧରିବା ଲାଗି ପଞ୍ଜାବ ପୋଲିସ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଆଇଜିପି । ସେପଟେ ପୋଲିସ ଆକ୍ସନ ପୂର୍ବରୁ ଅମୃତପାଲର ଦାଦା ହରଜିତ ଓ ଡ୍ରାଇଭର ହରପ୍ରୀତ ସରେଣ୍ଡର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ