ଆସୁଥିବା ବାତ୍ୟାର ନାଁ ହେବ ‘ମୋଚା’, କିଏ ଦିଏ ସାଇକ୍ଲୋନର ନାଁ ଜାଣନ୍ତୁ….

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସତର୍କତା । ତେବେ ଏଯାଏଁ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନିିି । ଏହାର ଗତିପଥ କିମ୍ବା ତୀବ୍ରତା ସଂର୍କରେ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ରଖିନାହିଁ । ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୯ ତାରିଖରେ ବାତ୍ୟାର ରୂପ ନେବ ବୋଲି ଆକଳନ କରାାଇଛି । ଯଦି ଏହା ବାତ୍ୟାର ରୂପ ନିଏ ତେବେ ୨୦୨୩ ମସିହାର ପ୍ରଥମ ବାତ୍ୟା ହେବ । ଆଉ ଏହାର ନାଁ ହେବ ‘ମୋଚା’ । ବାତ୍ୟା ନାମକରଣ ପାଇଁ ଏକ ପଦ୍ଧତି ରହିଛି । ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା ପାଇଁ ଆଗରୁ ନାଁ ତାଲିକା ପ୍ରସ୍ତୁତ ହୋଇଥାଏ ।

ଭାରତ ସମେତ ୧୩ଟି ଦେଶ ଏ ନେଇ ଏକ କମିଟି କରିଛନ୍ତି । ୧୩ଟି ଦେଶ ୧୩ଟି ଲେଖାଏଁ ନାଁ ଆଗରୁ ଦେଇସାରିଛନ୍ତି । ଏହାର ଏକ ତାଲିକା ପ୍ରସ୍ତୁତ ହୋଇଛି । କୌଣସି ବାତ୍ୟା ସୃଷ୍ଟି ହେଲେ କ୍ରମାନ୍ୱୟରେ ତାଲିକା ହିସାବରେ ଆପେ ଆପେ ତାହାର ନାମକରଣ ହୋଇଯାଏ । ଏହି ହିସାବରେ ଏହା ପୂର୍ବରୁ ହୋଇଥିଲା ବାତ୍ୟା ମାଣ୍ଡୋସ । ଏବେ ଏହି ତାଲିକା ହିସାବରେ ପରବର୍ତ୍ତୀ ବାତ୍ୟାର ନାଁ ହେଉଛି ମୋଚା । ଏହି ନାଁଟି ଦେଇଛି ୟେମେନ୍ ଦେଶ । ମାଣ୍ଡୋସ ନାଁ ଦେଇଥିଲା ୟୁଏଇ । ପୂର୍ବରୁ ହୋଇଥିବା ବାତ୍ୟା ‘ୟଶ୍’ର ନାଁ ଦେଇଥିଲା ଓମାନ । ପାକିସ୍ତାନ ଦେଇଥିଲା ବାତ୍ୟା ଗୁଲାବ ନାଁ ।

ବାଂଲାଦେଶ ଦେଇଥିଲା ବାତ୍ୟା ନିସର୍ଗ ନାଁ । ସେହିଭଳିି ଭାରତ ବାତ୍ୟା ଗତି ନାମକରଣ କରିଥିଲା । ମୋଚା ପରେ ଯେଉଁ ବାତ୍ୟା ଆସିବ ତାହାର ନାଁ ହେବ ବିର୍ଯ୍ୟୟ । ଏହାର ନାଁ ଦେଇଛି ବାଂଲାଦେଶ । ୨୦୨୦ ଅମ୍ପନ ବାତ୍ୟାରେ ପୂର୍ବ ତାଲିକାର ସବୁ ନାଁ ସରିଯାଇଛି । ଏହାରେ ପୁଣି ଆଉ ଏକା ତାଲିକା ହିସାବରେ ନାମକରଣ ହେଉଛି । ସେବେଠୁ ଏବେ ଯାଏଁ ୧୨ଟି ବାତ୍ୟା ହୋଇସାରିଲାଣି । ମୋଚା ହେବ ତ୍ରୟୋଦଶ ସାଇକ୍ଲୋନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’