Masthead

‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏପଟେ ରାଜ୍ୟରେ ଦିନକ ପରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପୂରଣ ହେବ। ତେବେ ଏହି ଏକ ବର୍ଷର ଉପଲବ୍ଧିକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବର୍ଷକ ମଧ୍ୟରେ ସରକାର ଜନସାଧାରଣଙ୍କ ଆଶା ପୂରଣ କରି ପାରିଛନ୍ତି ବୋଲି କହିଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷର ହିସାବ ଗୋଟି ଗୋଟି କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

କହିଲେ, ପୂରଣ କରିଛୁ ଲୋକଙ୍କ ଆଶା । ଗରିବ, ଚାଷୀ, ମହିଳା ଓ ଯୁବକଙ୍କ ପାଇଁ ଚାଲିଛି ନିରନ୍ତର କାମ , ଶିଳ୍ପର ହବ୍ ହେବ ଓଡ଼ିଶା । ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ । ସମୃଦ୍ଧ ଭବିଷ୍ୟତ ପାଇଁ କୃଷି ଓ କୃଷକ ସଶକ୍ତିକରଣ ଆବଶ୍ୟକ । ସମୃଦ୍ଧ କୃଷକ ଯୋଜନାରେ ଧାନ କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା । ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ପାଇଁ ନିଷ୍ପତି ହୋଇଛି । ସେହିପରି ଶିଳ୍ପ ଅଭିବୃଦ୍ଧି ହେଲେ ଆର୍ଥିକ ସମୃଦ୍ଧି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା । ଓଡ଼ିଶାର ସମୃଦ୍ଧ କଳା, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି । ସେହିପରି ଜନଜାତି ପରମ୍ପରା ଓ ଐତିହ୍ୟର ସଂରକ୍ଷଣକୁ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡ଼ିଶା ୨୦୩୬ ପାଇଁ ଯୁବ ପ୍ରତିଭାକୁ ପ୍ରୋତ୍ସାହନ । ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ ଭଳି ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଦିନକ ପରେ ରାଜ୍ୟ ସରକାରଙ୍କୁ ବର୍ଷେ ପୂରଣ ହେବାକୁ ଯାଉଛି । ଆମ ସରକାରକୁ ଚଳଞ୍ଚଚଳ କରି ରଖିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ସାଧାରଣ ଜନତା ଏଇ ସରକାରକୁ ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଅବିହିତ କରିଛନ୍ତି । ଏହି ବର୍ଷେ ମଧ୍ୟରେ ଆମକୁ ଅନେକ ସହଯୋଗ ମିଳିଛି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି’ । ଆମ ସଂକଳ୍ପ ପତ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ଆମେ  ବର୍ଷେ ମଧ୍ୟରେ ସୁନିଶ୍ଚିତ କରିଛୁ । ପ୍ରଥମ ୭ମାସ ମଧ୍ୟରେ ଓଡ଼ିଶାକୁ ଏକ ସମ୍ଭାବନାର ରାଜ୍ୟ ଭାବେ ଘୋଷଣା କରିଛନ୍ତି । ସଂସଦରେ ମଧ୍ୟ ମୋଦି ଜୀ କହିଛନ୍ତି, ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ଓଡ଼ିଶା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଆମକୁ ମାର୍ଗ ଦର୍ଶନ କରାଇବେ। ୨୦୨୪ ଜୁନ୍ ୧୨ ତାରିଖରେ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ବଡ଼ ନିଷ୍ପତ୍ତି ନିଆଯାଇଥିଲା । କ୍ୟାବିନେଟ୍ ପରେ ପୁରୀ ଯାଇ ରାତିରେ ରହିବା ସହ ଭୋରୁ ୪ଟାରୁ  ଶ୍ରୀମନ୍ଦିର ମନ୍ଦିରର ଚାରି ଦ୍ୱାର ଖୋଲିଥିଲା । ଏହା ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ଆମେ ସୃଷ୍ଟି ହୋଇଛନ୍ତି । ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରାଯାଉଛି । ରାଜ୍ୟ ସରକାରଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ