Masthead

ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ

ଶ୍ରୀନଗର (ବଡ ଖବର ବ୍ୟୁରୋ) : ଭାରତ ପାକିସ୍ତାନ ଭିତରେ ଲାଗି ରହିଛି ତିକ୍ତତା । ଅପରେସନ ସିନ୍ଦୂରର ସଫଳତା ପରେ ଚୁପ୍ ରହିଛି ପାକିସ୍ତାନ । ବିଭିନ୍ନ ଦେଶ ପାଖରେ ଯାଇ କରୁଛି ଅପିଲ । କିନ୍ତୁ ଏହାରି ଭିତରେ ଆସିଛି ଆଉ ଏକ ଚିତ୍ର । ଜମ୍ମୁ-କାଶ୍ମୀର ସରହଦରେ ରାସ୍ତାର ନିର୍ମାଣ ନିମନ୍ତେ ଏବେ କଟା ଯିବ ଜଙ୍ଗଲ । କାରଣ ଭାରତ- ପାକିସ୍ତାନ ସରହଦରେ ବଢିଲାଣି ଆତଙ୍କ । ଅନେକ ପାକିସ୍ତାନୀ ଆତଙ୍କବାଦୀ ସରହଦରେ ଥିବା ଜଙ୍ଗଲ ଭିତରେ ପଶୁଛନ୍ତି ।

ଏହି ଘଟଣାଙ୍କୁ ଧ୍ୟାନରେ ରଖି ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି ଯେ ଖୁବଶୀଘ୍ର ଭାରତ-ପାକିସ୍ତାନ ସରହଦ ଥିବା ଜଙ୍ଗଲ ସଫା କରି ରାସ୍ତା କାମ ଆରମ୍ଭ ହେବ । ଏହାର ନିର୍ମାଣ ପରେ କେବଳ ସୁରକ୍ଷା ନୁହେଁ, ସରହଦ ନିକଟରେ ଥିବା ଅନେକ ଜାଗା ସହ ସହଜରେ ସମ୍ପର୍କ କରାଯାଇପାରିବ । ଯାହାକୁ ନେଇ ଓମର ଅବଦୁଲ୍ଲା ବର୍ଡର ରୋଡ ଅରଗାନାଇଜେସନ (ବିଆରଓ) ନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରଘୁ ଶ୍ରୀନିବାସନଙ୍କୁ ଭେଟି ବିଚାରଧୀନ ଥିବା ଜଙ୍ଗଲ ସଫା କରିବାକୁ କହିଛନ୍ତିି ।

ଖାଲି ସେତିକି ନୁହେଁ କିପରି ଏହି ରାସ୍ତା କାମ ସୁରୁଖୁରୁରେ ହୋଇପାରବି ସେଥିପାଇଁ ମଧ୍ୟ ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ସେପଟେ ଆଉ ଏକ ମିଟିଙ୍ଗରେ ଉଚ୍ଚ ସଚିବ ଅଟଲ ଡୁଲ୍ଳୋ ଏବଂ ବିଆରଓ ଡିଜି ଚାଲୁଥିବା ରୋଡ ଷ୍ଟ୍ରାଟେଜିକ ଉପରେ ଚର୍ଚ୍ଚା କରିଛନ୍ତି । ତେବେ ଏଠାରେ ରାସ୍ତା ହେଲେ ଆଖପାଖ ଏରିଆରେ ରହୁଥିବା ଲୋକଙ୍କ ପାଇଁ ଯିବା ଆସିବା ସୁବିଧା ହୋଇପାରିବ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା