Masthead

ରାସ୍ତା ନାହିଁ ତ ଭୋଟ୍ ନାହିଁ

ବନ୍ତ (ବଡ଼ ଖବର ବ୍ୟୁରୋ): ରାସ୍ତା ନାହିଁ ତ ଭୋଟ୍ ନାହିଁ । ବାରମ୍ବାର ଅଭିଯୋଗ କରି ଶେଷରେ ଏପରି ଚରମ ନିଷ୍ପତ୍ତି ଶୁଣାଇଛନ୍ତି ଗ୍ରାମବାସୀ । ବନ୍ତ ବ୍ଲକ ପଧାନପଡ଼ା ପଞ୍ଚାୟତ ୧୦ ନଂ ୱାର୍ଡ ପୋଖରୀଆଡି ସାହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଯୋଗୁଁ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗ୍ରାମର ଅଙ୍ଗନଓ୍ୱାଡ଼ି କେନ୍ଦ୍ର ସମ୍ମୁଖରେ ପାଣି ଜମି ରହିଥିବା ଯୋଗୁଁ ଛୋଟ ଛୋଟ ପିଲାମାନେ ଅଙ୍ଗନୱାଡ଼ି ଯିବାକୁ ଅରାଜି ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ପଧାନପଡା ପଞ୍ଚାୟତ ୧୦ ନଂ ୱାର୍ଡ ପୋଖରୀଆଡି ସାହିର ଏହି ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଏଫ୍ଡିଆର ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ୧ଲକ୍ଷ ୫୦ ହଜାର ଟଙ୍କାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଅର୍ଥ ଅଭାବ ପଡିବା ଯୋଗୁଁ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଲଗାଣ ବର୍ଷାରେ ବର୍ଷା ଜଳ ଏହି କଚ୍ଚା ରାସ୍ତା ଉପରେ ଜମି ରହିଛି । ଫଳରେ ଗ୍ରାମବାସୀ ଯାତାୟତର ଘୋର୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ଷା ଦିନ ହେବା ପୂର୍ବରୁ ଏହି ଅସଂମ୍ପୂର୍ଣ୍ଣ ରାସ୍ତାକୁ ନିର୍ମାଣ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା