Masthead

ଓଡ଼ିଶାର ମିଛୁଆ ରାଧୁଆଙ୍କୁ ଲୋକେ ଏଥର ଜବାବ ଦେବେ- ଅନିଲ ବିଶ୍ୱାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୌଠକ ବସିଥିଲା । ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ କଢ଼ା ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି,  ୨୦୨୪ ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ବିଜୁ ଜନତା ଦଳ ଡରି ଯାଇଛି । ସାରା ଓଡ଼ିଶାରେ ଯେଉଁ ଭଳି ଭାବରେ ସରକାରୀ ବିରୋଧୀ ହାଓା ବୋହୁଛି ତାକୁ ନବୀନ ବାବୁ ଯେତେ ପରଦା ଢାଙ୍କିବା ପାଇଁ ଚେଷ୍ଟା କଲେ ବି ଆଉ ସଫଳ ହେବେ ନାହିଁ ।

ମିଛୁଆ ରାଧୁଆ ଗପର ରାଧୁଆ ଚରିତ୍ର ଉପରେ ଯେମିତି ଗାଁ ଲୋକଙ୍କ ବିଶ୍ୱାସ ତୁଟିଯାଇଥିଲା ସେମିତି ଓଡି଼ଶାର କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି । ଆଗରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ସରକାର କ୍ୟାବିନେଟରେ ଘୋଷଣା କରିଥିବା ମିଶନ ଶକ୍ତି ସ୍କୁଟି ଯୋଜନା କୁଆଡେ ଗଲା ? ସ୍କୁଟି ଦେବେ ବୋଲି କହି ଥିଲେ କିନ୍ତୁ ତାହା ନଦେଇ  ସ୍କୁଟି ବଦଳରେ ଦେଉଛନ୍ତି ମାତ୍ର ୧୦୦୦ ଟଙ୍କା । ଓଡି଼ଶାର ମାତୃଶକ୍ତିଙ୍କୁ ଏହି ଧୋକାକୁ ଓଡି଼ଶାର ମା’ ମାନେ କେବେ ସହିବେ ନାହିଁ ବୋଲି କହିଛନ୍ତି ଶ୍ରୀ ବିଶ୍ୱାଳ। ସେ ଆହୁରି ମଧ୍ୟ କହିଛନ୍ତି  “ନୂଆ- ଓ”ରେ ସରକାର ଯେଉଁ ବୃତ୍ତି ଦେବେ ତାହା ବର୍ଷକୁ ମାତ୍ର ୯ ହଜାର ଟଙ୍କା କାହିଁକି ରଖାଯାଇଛି?

ସରକାରଙ୍କ ପାଖରେ ବଳକା ୪୦ ହଜାର କୋଟି ଟଙ୍କାର ରାଜସ୍ୱ ଥିବା ବେଳେ କାହିଁକି ଛାତ୍ରବୃତିରେ ସରକାରଙ୍କ ପାଖରେ ଗରିବ ପିଲାଙ୍କୁ ବୃତ୍ତି ଦେବା ବେଳକୁ ପଇସା ନାହିଁ । କାହିଁକି ଏହାକୁ ୨୦ ହଜାର ଟଙ୍କା କରାଗଲା ନାହିଁ ? ତା ଛଡା କାଳିଆ ବୃତ୍ତି ଯୋଜନାରେ ଯେଉଁମାନେ ବୃତ୍ତି ପାଇଛନ୍ତି ସେମାନଙ୍କୁ କାହିଁକି “ନୂଆ-ଓ” ଛାତ୍ରଛାତ୍ରୀ ବୃତ୍ତିରୁ ବଂଚିତ କରାଗଲା?

ସେଥିପାଇଁ ଅନେକ ପିଲା ଏବେ ଛାତ୍ରବୃତ୍ତି ପାଇବାରୁ ବଂଚିତ ହେବେ । ସେହିଭଳି ୨୪ ବର୍ଷରେ ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରି ବାହାର ରାଜ୍ୟର ଶିଳ୍ପ ଓ ବୟନକୁ ଆଣି ଓଡି଼ଶାରେ ପ୍ରାଧାନ୍ୟ ଦେଉଥିବା ନବୀନ ସରକାର ଏବେ କେବଳ ଭୋଟ ପାଇଁ ସେମାନଙ୍କ ଶରଣ ପଶିଛି ।

୨୪ ବର୍ଷର ବିଜେଡି ସରକାରରେ ଏମିତି ଅନେକ କ୍ୟାବିନେଟ ନିଷ୍ପତି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ପାଇଁ ନିଆଯାଇଛି କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି, ଲୋକଙ୍କ ପାଖରେ ପହଂଚିନି କି  ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର କରିପାରିନାହିଁ । ୨୦୨୪ରେ ଓଡିଶାରେ ବିଜେପିର ସରକାର ହେବ ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର