Masthead

ଓଡ଼ିଶାର ମିଛୁଆ ରାଧୁଆଙ୍କୁ ଲୋକେ ଏଥର ଜବାବ ଦେବେ- ଅନିଲ ବିଶ୍ୱାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୌଠକ ବସିଥିଲା । ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ କଢ଼ା ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି,  ୨୦୨୪ ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ବିଜୁ ଜନତା ଦଳ ଡରି ଯାଇଛି । ସାରା ଓଡ଼ିଶାରେ ଯେଉଁ ଭଳି ଭାବରେ ସରକାରୀ ବିରୋଧୀ ହାଓା ବୋହୁଛି ତାକୁ ନବୀନ ବାବୁ ଯେତେ ପରଦା ଢାଙ୍କିବା ପାଇଁ ଚେଷ୍ଟା କଲେ ବି ଆଉ ସଫଳ ହେବେ ନାହିଁ ।

ମିଛୁଆ ରାଧୁଆ ଗପର ରାଧୁଆ ଚରିତ୍ର ଉପରେ ଯେମିତି ଗାଁ ଲୋକଙ୍କ ବିଶ୍ୱାସ ତୁଟିଯାଇଥିଲା ସେମିତି ଓଡି଼ଶାର କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି । ଆଗରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ସରକାର କ୍ୟାବିନେଟରେ ଘୋଷଣା କରିଥିବା ମିଶନ ଶକ୍ତି ସ୍କୁଟି ଯୋଜନା କୁଆଡେ ଗଲା ? ସ୍କୁଟି ଦେବେ ବୋଲି କହି ଥିଲେ କିନ୍ତୁ ତାହା ନଦେଇ  ସ୍କୁଟି ବଦଳରେ ଦେଉଛନ୍ତି ମାତ୍ର ୧୦୦୦ ଟଙ୍କା । ଓଡି଼ଶାର ମାତୃଶକ୍ତିଙ୍କୁ ଏହି ଧୋକାକୁ ଓଡି଼ଶାର ମା’ ମାନେ କେବେ ସହିବେ ନାହିଁ ବୋଲି କହିଛନ୍ତି ଶ୍ରୀ ବିଶ୍ୱାଳ। ସେ ଆହୁରି ମଧ୍ୟ କହିଛନ୍ତି  “ନୂଆ- ଓ”ରେ ସରକାର ଯେଉଁ ବୃତ୍ତି ଦେବେ ତାହା ବର୍ଷକୁ ମାତ୍ର ୯ ହଜାର ଟଙ୍କା କାହିଁକି ରଖାଯାଇଛି?

ସରକାରଙ୍କ ପାଖରେ ବଳକା ୪୦ ହଜାର କୋଟି ଟଙ୍କାର ରାଜସ୍ୱ ଥିବା ବେଳେ କାହିଁକି ଛାତ୍ରବୃତିରେ ସରକାରଙ୍କ ପାଖରେ ଗରିବ ପିଲାଙ୍କୁ ବୃତ୍ତି ଦେବା ବେଳକୁ ପଇସା ନାହିଁ । କାହିଁକି ଏହାକୁ ୨୦ ହଜାର ଟଙ୍କା କରାଗଲା ନାହିଁ ? ତା ଛଡା କାଳିଆ ବୃତ୍ତି ଯୋଜନାରେ ଯେଉଁମାନେ ବୃତ୍ତି ପାଇଛନ୍ତି ସେମାନଙ୍କୁ କାହିଁକି “ନୂଆ-ଓ” ଛାତ୍ରଛାତ୍ରୀ ବୃତ୍ତିରୁ ବଂଚିତ କରାଗଲା?

ସେଥିପାଇଁ ଅନେକ ପିଲା ଏବେ ଛାତ୍ରବୃତ୍ତି ପାଇବାରୁ ବଂଚିତ ହେବେ । ସେହିଭଳି ୨୪ ବର୍ଷରେ ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରି ବାହାର ରାଜ୍ୟର ଶିଳ୍ପ ଓ ବୟନକୁ ଆଣି ଓଡି଼ଶାରେ ପ୍ରାଧାନ୍ୟ ଦେଉଥିବା ନବୀନ ସରକାର ଏବେ କେବଳ ଭୋଟ ପାଇଁ ସେମାନଙ୍କ ଶରଣ ପଶିଛି ।

୨୪ ବର୍ଷର ବିଜେଡି ସରକାରରେ ଏମିତି ଅନେକ କ୍ୟାବିନେଟ ନିଷ୍ପତି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ପାଇଁ ନିଆଯାଇଛି କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି, ଲୋକଙ୍କ ପାଖରେ ପହଂଚିନି କି  ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର କରିପାରିନାହିଁ । ୨୦୨୪ରେ ଓଡିଶାରେ ବିଜେପିର ସରକାର ହେବ ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ