Masthead

ଓଡ଼ିଶା ଆସୁଛନ୍ତି ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଚେଲାକୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର । ଆଜି ପୂର୍ବାହ୍ନରେ ସେ ପହଞ୍ଚିବେ । ତାଙ୍କୁ ସ୍ୱାଗତ କରିବା ଲାଗି ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ ଭବନ । ବୁଧବାର ଅପରାହ୍ନରେ କଂଗ୍ରେସର ପୁରୁଖା ନେତା, ବିଧାୟକ ଏବଂ ଦଳୀୟ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେଦିନ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ସନ୍ଧ୍ୟାରେ ବିଧାୟକଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବିଧାୟକ ଦଳର ବୈଠକରେ ଚେଲାକୁମାର ଯୋଗଦେବେ ।

ଚେଲାକୁମାର ଗୁରୁବାର ଦଳର ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବା ପରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଗସ୍ତରେ ଯାଇ ତିର୍ତ୍ତାଲ ଉପନିର୍ବାଚନ ଲାଗି ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ । ଶୁକ୍ରବାର ରାଜ୍ୟ ଓ ଜିଲ୍ଲାର ଛାତ୍ରନେତା, ଯୁବନେତା ,ମହିଳା ମୋର୍ଚ୍ଚା, ଆଦିବାସୀ ବର୍ଗର ନେତାଙ୍କ ସହ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୧୦ ତାରିଖରେ ବାଲେଶ୍ୱରରେ ଆୟୋଜିତ କୃଷି ସମାବେଶରେ ସେ ଯୋଗଦେବେ । ୧୧ ତାରିଖରେ ସେ ଦିଲ୍ଲୀ ଫେରିଯିବେ ।

ରାଜ୍ୟରେ ଦୁଇଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ସମ୍ପର୍କରେ ଦଳୀୟ ନେତାଙ୍କ ସହ ପ୍ରଭାରୀ ଆଲୋଚନା କରିବେ । ଦଳୀୟ ନେତାଙ୍କୁ ଗୁରୁମନ୍ତ୍ରଣ ଦେବେ ଚେଲା କୁମାର । ରାଜ୍ୟ କଂଗ୍ରେସରେ ଦୀର୍ଘଦିନ ହେବ ଲାଗି ରହିଛି ଶୀତଳ ଯୁଦ୍ଧ । ପିସିସି ସଭାପତି ବଦଳ ଲାଗି ଦଳରେ ଲାଗିରହିଥିଲା କନ୍ଦଳ । ଏଣୁ ଭିନ୍ନ ଭିନ୍ନ ଗୋଷ୍ଠୀରେ ଥିବା ଦଳୀୟ ନେତାଙ୍କୁ ଏକଜୁଟ କରିବା ସହ ବିଜେପି ଏବଂ ବିଜେଡିକୁ କିପରି ଘେରିବେ ସେନେଇ ରଣନୀତି ପ୍ରସ୍ତୂତ କରାଯିବ ବୋଲି ଶୁଣିବାକୁ ମିଳୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ