Masthead

‘ସ୍ଥାୟୀ ନିଯୁକ୍ତି ଆମର ଦାବି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାନ୍ଧୀମାର୍ଗରେ ଗର୍ଜିଲେ ହଜାର ହଜାର ଆଉଟ ସୋର୍ସିଙ୍ଗ କର୍ମଚାରୀ । ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କୁ ଶୋଷଣ ମୁକ୍ତ କରି ନିୟମିତ କରିବା ଦାବିରେ ବିକ୍ଷୋଭ । ଓଡ଼ିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ବିଶାଳ ଗଣ ସମାବେଶରେ ନେତୃମଣ୍ଡଳୀ ସତର୍କ ସୂଚନା ଦେଇଛନ୍ତି । ଦାବି ପୂରଣ ନହେଲେ ଆନେ୍ଦାଳନ ଆହୁରୀ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଆଉଟ ସୋର୍ସିଙ୍ଗ କର୍ମଚାରୀ କହିଛନ୍ତି, ଗତ କିଛି ବର୍ଷଧରି ରାଜ୍ୟରେ କିଛି ପ୍ରଶାସକ ଓ ରାଜନେତା ମିଛ ବାଣ୍ଟିବାର ପ୍ରତିଯୋଗୀତା ଚଳାଇ ଆସିଛନ୍ତି ।

୨୦୧୮ ମସିହାରେ ଆନ୍ଦୋଳନ ସ୍ଥଳରୁ କର୍ମଚାରୀ ପ୍ରତିନିଧି ମଣ୍ଡଳୀଙ୍କୁ ଡାକି ତତ୍କାଳିନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆମକୁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ । ଏକମାସ ମଧ୍ୟରେ ଆମ ଦାବି ବିଷୟରେ ଆଲୋଚନା କରି ସମାଧାନ କରିବେ ବୋଲି କହିଥିôଲେ । କିନ୍ତୁ ପାଞ୍ଚ ବର୍ଷ ବିତିଗଲା କିଛି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି ବିକ୍ଷୋଭ କରୁଥିବା କର୍ମଚାରୀମାନେ । ତୁରନ୍ତ ସ୍ଥାୟୀ ଚାକିରି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ଦରମା ବୃଦ୍ଧି ଦାବୀ କରିଛନ୍ତି । ତୁରନ୍ତ ପୂରଣ ନକଲେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରୁ ଜନଚେତନା କାର୍ୟ୍ୟକ୍ରମ କରିବେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ