ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍। ଏୟାରଷ୍ଟ୍ରାଇକରେ ୪୦୦ ମୃତ, ୨୦୦ରୁ ଉର୍ଦ୍ଧ୍ୱ ଆହତ। ହସ୍ପିଟାଲ ଉପରକୁ ପାକିସ୍ତାନ ଆଟାକ୍ କରିଥିବା ଆଫଗାନ ସରକାରଙ୍କ ଦାବି। ମୃତାହତଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ ବୋଲି କହିଲା ତାଲିବାନ ସରକାର। ସେପଟେ ତାଲିବାନ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କଲା ପାକିସ୍ତାନ। ତାଲିବାନ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପାକିସ୍ତାନ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଥିବା ପାକିସ୍ତାନର ସୂଚନା । ସେପଟେ ପାକିସ୍ତାନର ଏହି ଆକ୍ରମଣକୁ ନେଇ ଆଫଗାନ କ୍ରିକେଟର ପାକିସ୍ତାନକୁ ସମାଲୋଚନା କରିଛନ୍ତି ।
ଆଫଗାନିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଶରାଫତ ଜମାନ କହିଛନ୍ତି ଯେ କାବୁଲର ଏକ ହସ୍ପିଟାଲ ଯାହା ନିଶା ନିବାରଣ କେନ୍ଦ୍ର ଭାବରେ ବ୍ୟବହୃତ ହେଉଥିଲା । ତାହା ଉପରେ ଆକ୍ରମଣ ହୋଇଛି । ଯେଉଁଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖପାତ୍ର ମୋଶରଫ ଜୈଦି ଆଫଗାନିସ୍ତାନର ଏହି ଅଭିଯୋଗକୁ ଖଣ୍ଡନ କରି ଭିତ୍ତିହୀନ ବୋଲି କହିଛନ୍ତି । ଆକ୍ରମଣ ସଠିକ ଥିଲା ଏବଂ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା ବୋଲି କହିଛନ୍ତି ପାକିସ୍ତାନ । ଆଫଗାନିସ୍ତାନରେ ହୋଇଥିବା ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ।
ତାଲିବାନ ଦାବି କରିଛି ଯେ, ଏହି ଆକ୍ରମଣ ପାକିସ୍ତାନ ଦ୍ୱାରା କରାଯାଇଛି ଏବଂ କହିଛି ଯେ ଏପରି ଆକ୍ରମଣ ମାନବତା ବିରୋଧୀ । ପାକିସ୍ତାନ ତାଲିବାନ ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି । ପାକିସ୍ତାନୀ ଅଧିକାରୀ ଏବଂ ନେତାମାନେ କହିଛନ୍ତି ଯେ ସେମାନେ କୌଣସି ହସ୍ପିଟାଲକୁ ଟାର୍ଗେଟ କରି ନାହାଁନ୍ତି । ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ ଆଫଗାନିସ୍ତାନ ଉପରେ ହୋଇଥିବା ଆକ୍ରମଣ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣର ଭିଡିଓ ସେୟାର କରିଛନ୍ତି ଏବଂ ଏହି ମାମଲାରେ ଜାତିସଂଘର ହସ୍ତକ୍ଷେପ ପାଇଁ ଆହ୍ୱାନ କରିଛନ୍ତି । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ଉତ୍ତେଜନା ବହୁ ଦିନ ଧରି ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରି ଆସୁଛନ୍ତି । ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଦ୍ୱିତୀୟ ବଡ଼ ଆକ୍ରମଣ । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଫେବୃଆରୀ ୨୨ ତାରିଖରେ ଆରମ୍ଭ ହୋଇଥିଲା । ପାକିସ୍ତାନ ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଥିଲା।
