Before Header

ବିଜେପିର ଟିକେଟ କସରତ, ଆଜି ଘୋଷଣା ହୋଇପାରେ ବିଧାନସଭା ଟିକେଟ

0 1,848

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ବିଜେପିର ଟିକେଟ କସରତ । ଆଜି ଘୋଷଣା ହୋଇପାରେ ବିଧାନସଭା ଟିକେଟ । ବିଳମ୍ବିତ ରାତି ଯାଏଁ ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ କୋର କମିଟି ବୈଠକ । ଓଡ଼ିଶାର ୩ ଲୋକସଭା ଓ ବିଧାନସଭା ସିଟ ପାଇଁ ମାନସ ମନ୍ଥନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ଯୋଗ ଦେଇଛନ୍ତି ଅମିତ ଶାହ । ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବଳକା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.