Masthead

ଡରରେ ଇସ୍ତଫା ଦେଉଛନ୍ତି ପାକିସ୍ତାନୀ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ସେନାକୁ ପାକିସ୍ତାନୀ ସେନାର ଭୟ । ଏବେ ଠୁ ମାଟି କାମୁଡିଲେଣି ପାକିସ୍ତାନୀ ସେନା । ଭୟରେ ଦେଉଛନ୍ତି ଇସ୍ତଫା । କାଳେ ଯୁଦ୍ଧ ହେବ ସେଥିପାଇଁ ଡରରେ ସାମୁହିକ ଭାବେ ଇସ୍ତଫା ଦେଲେ ଶହ ଶହ ପାକ୍ ସୈନିକ। କିଛି ଅଫିସର ଓ ସୈନ୍ୟ ନିଜର ସୀମାନ୍ତ ପୋଷ୍ଟ ଛାଡି ପଳାଇଛନ୍ତି । ପାକିସ୍ତାନୀ ସେନା ପକ୍ଷରୁ ଅଫିସର ଓ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏକ ଚିଠିରୁ ଏକଥା ସ୍ପଷ୍ଟ ଭାବେ ଜଣାପଡିଛି ।

ରିପୋର୍ଟ ଅନୁସାରେ ଗତ ଦୁଇଦିନ ଭିତରେ ପାକିସ୍ତାନ ସେନାର ୨୫୦ ଜଣ ଅଫିସର ଓ ୪,୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି । ଏପରିକି କେତେକ ସୀମାନ୍ତ ପୋଷ୍ଟକୁ ଛାଡି ସେନା ଅଫିସର ଓ ସୈନ୍ୟମାନେ ନିଜ ଘରକୁ ପଳାଇଛନ୍ତି । ସେମାନେ ନିଜକୁ ସୁରକ୍ଷିତ ରଖିବା ଲାଗି ଏଭଳି କରିଥିବା କୁହାଯାଉଛି । ପାକିସ୍ତାନର ପଶ୍ଚିମ ସୀମାରେ ମୁତୟନ ୧୨ତମ କର୍ପସର ୨୦୦ ଅଫିସର ଓ ୬୦୦ ସୈନ୍ୟ ନିଜ ପୋଷ୍ଟ ଛାଡି ପଳାଇଛନ୍ତି । ନଦର୍ଣ୍ଣ କମାଣ୍ଡ ଅଧୀନରେ କାର୍ୟ୍ୟରତ ୧୦୦ ଅଫିସର ଓ ୫୦୦ ସୈନ୍ୟ ଇସ୍ତଫା ଦେଇଛନ୍ତି ।

ସେହିଭଳି ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ମୁତୟନ ହୋଇଥିବା ମଙ୍ଗଳା କର୍ପସର ୭୫ ଜଣ ଅଫିସର ଓ ୫୦୦ରୁ ଅଧିକ ସୈନ୍ୟ ନିଜ ପଦବି ଛାଡି ପଳାଇଛନ୍ତି । ଏହି ଘଟଣା ପରେ ପାକିସ୍ତାନ ସେନା ପକ୍ଷରୁ ସବୁ ଅଫିସର ଓ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି । ସେଥିରେ ସେମାନଙ୍କୁ ଭୟଭୀତ ନ ହେବା ଲାଗି ପରାମର୍ଶ ଦିଆଯାଇଛି । କୁହାଯାଇଛି କି ସେମାନେ ଦେଶକୁ ରକ୍ଷା କରିବା ଲାଗି ଯେଉଁ ଶପଥ ନେଇଥିଲେ ତାକୁ ପାଳନ କରିବାର ସମୟ ଆସିଛି ।

ତେଣୁ ସେମାନେ ନିଜର ମନୋବଳ ସୁଦୃଢ଼ କରିବା ସହ ଶତ୍ରୁର ମୁକାବିଲା କରିବାକୁ ସେମାନଙ୍କୁ କୁହାଯାଇଛି । ଚିଠିରେ ଲେଖାଯାଇଛି କି ଆମର କିଛି ମୁଜାହିଦ୍ଦିନ ପହଲଗାମ ଆକ୍ରମଣକୁ ଅନ୍ତିମ ରୂପରେଖ ଦେଇଥିଲେ । ତେଣୁ ଭାରତ କାର୍ୟ୍ୟାନୁଷ୍ଠାନ କରିବାର ଭୟରେ ସୈନ୍ୟମାନେ ଇସ୍ତଫା ଦେବା ଓ ପୋଷ୍ଟ ଛାଡି ପଳାଇବା ଆଦୌ ଠିକ୍‌ ନୁହେଁ । ସେମାନେ ଏକାଠି ହେବା ଓ ଦେଶର ସୁରକ୍ଷା ଲାଗି ଦୃଢ଼ ଭାବେ ଠିଆ ହେବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ